୪୩ ଗ୍ରାମ ବ୍ରାଉନ ସୁଗାର ଜବତ : କୁଖ୍ୟାତ ନାଗା ଗିରଫ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଭାପୁର ରୁ ପୁଣି ସ୍ପେସିଆଲ ସ୍କ୍ୟାଡ଼ ଜବତ କରିଛି ୪୩ ଗ୍ରାମର ବ୍ରାଉନସୁଗାର l ଗତକାଲି ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶ ଅନୁସାରେ ସ୍ପେଶାଲ ସ୍କ୍ୱାର୍ଡ ମେମ୍ବର ସ୍ମୃତି ରଂଜନ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଏବଂ ଫତେଗଡ଼ ଥାନା ତରଫରୁ ମିଳିତ ଚଢାର କରାଯାଇଥିଲା l ଚଢ଼ାଉ ବେଳେ ବନମାଳୀପୁର ଗ୍ରାମର ନାଗା ବାରିକ କୁ ଭାପୁର ବ୍ୟାଙ୍କ ଶାଖା ଠାରୁ ଗିରଫ କରାଯାଇଛି । ଗିରଫ ବେଳେ ନାଗା ନିକଟରୁ ୪୩ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଗୋଟିଏ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି । ନାଗା ନାଁ’ ରେ ପୂର୍ବରୁ ବିଭିନ୍ନ ଥାନାରେ ବହୁ ମାମଲା ଥିବା ଜଣାପଡିଛି l ସୂଚନା ଅନୁଯାୟୀ ନାଗା ଏକ ହତ୍ୟା କେସରେ ପୋଲିସକୁ ଚକମା ଦେବା ବେଳେ ୨୦୧୭ ମସିହାରେ ପୁଲିସ ଦ୍ୱାରା ଗୁଳିରେ ଗୁରୁତର ଭାବେ ଆହତ ହୋଇଥିଲା l

Leave a Reply

Your email address will not be published. Required fields are marked *