ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ନରସିଂହପୁରରେ ଥିବା ପର୍ଯ୍ୟଟନ ଵ୍ୟାଖ୍ୟାନ କେନ୍ଦ୍ର ଠାରେ ଆଜି ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ସମାଜରେ ବିକାଶର ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ରାଜନେତା ମାନଙ୍କର ସମାଜ ପ୍ରତି ବାର୍ତ୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ଏକ ପ୍ରମୁଖ ପାଲଟିଛି ।। ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ବାଦିକ ମାନେ ଜନସ୍ଵାର୍ଥ ପାଇଁ ଲଢେଇ ଜାରି ରଖିଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଆଗ ଧାଡ଼ିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଛନ୍ତି । 1966 ମସିହା ନଭେମ୍ବର 16 ତାରିଖକୁ କେନ୍ଦ୍ର ସରକାର ପ୍ରେସ କାଉନସିଲ ଅଫ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ପ୍ରତିବର୍ଷ ଏହି ଦିନକୁ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଉଛି । ସାମ୍ବାଦିକ ହେଲେ ସମାଜର ଜାଗ୍ରତ ପ୍ରହରୀ । ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟ ରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ । ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକ ଙ୍କ ଆଭିମୁଖ୍ୟ ହେବା ଉଚିତ୍ । ଆଜି ଏହି ଜାତୀୟ ପ୍ରେସ ଦିବସ ଅବସରରେ ନରସିଂହପୁର ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର, ପୂର୍ବତନ କଲେଜ ଅଧକ୍ଷ କୁଳମଣି ବାରିକ , ସାମ୍ବାଦିକ ସଂଘର ସଭାପତି ନିର୍ମଲେନ୍ଦୁ ମିଶ୍ର , ସମ୍ବାଦ ସାମ୍ବାଦିକ ସୁରେଶ ମହାନ୍ତି ଯୋଗ ଦେଇଥିବା ବେଳେ ନରସିଂହପୁର ର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ । ଏଥିରେ ବହୁ ମହିଳା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଜାତୀୟ ପ୍ରେସ ଦିବସ ପାଳିତ !!!

