ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ରେ ରକ୍ତ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ ତଥା କିଛି ଯୁବକ ସଂଘ ତରଫରୁ ଅନେକ ଜାଗାରେ ରକ୍ତ ସଂଗ୍ରହ ପାଇଁ କ୍ୟାମ୍ପ ଆୟୋଜନ କରାଯାଉଛି । ବାଣପୁର ବ୍ଲକ ଅନ୍ତର୍ଗତ କଂହେଇପୁର ରାଜୀବ ଜ୍ୟୋତି ଯୁବକ ସଂଘ ଓ ସତ୍ୟ ସାଇ ସେବା ସଙ୍ଗଠନ ବାଣପୁର ଶାଖାର ମିଳିତ ସହଯୋଗରେ ଏକ ବ୍ଲଡ଼ ଡୋନେସନ କ୍ୟାମ୍ପ ଆୟୋଜିତ ହୋଇଯାଇଛି । ସଂଘର ୩୩ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏହା ଆୟୋଜନ କରାଯାଇଥିଲା । କଂହେଇପୁର ସ୍ଥିତ ହରିଜନ ସାହିର ରାଜୀବ ଜ୍ୟୋତି କ୍ଲବ ରେ ଆୟୋଜିତ କରାଯାଇଥିଲା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର . ଏଥିରେ ଗ୍ରାମ ଓ ଗ୍ରାମ ବାହାର ର ଅନେକ ଲୋକ ଆସି ରକ୍ତ ଦାନ କରିଥିଲେ । ସୁରଥ କୁମାର ପାତ୍ର ଓ ଭୁବେନ୍ଦୁ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ସୁଚାରା ରୂପେ ଏହି କ୍ୟାମ୍ପ ସମ୍ପାଦିତ ହୋଇଥିଲା ।