ସହିଦ କୃତିବାସ ଭବନରେ ଭୀମଭୋଇ ଭିନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି . ସହିଦ କୃତିବାସ ଭବନରେ ଆୟୋଜିତ ଉକ୍ତ ଶିବିରକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଉଦଘାଟନ କରିଥିଲେ । ଶିବିରରେ କୁଲେଇ ଏବଂ ନନ୍ଦପୁର ଗ୍ରାମ ପଞ୍ଚାୟତର ୧୮୦ ଭିନ୍ନକ୍ଷମ ହିତାଧିକାରୀ ଭାଗ ନେଇଥିଲେ । ସମସ୍ତ ଭିନ୍ନକ୍ଷମ ହିତାଧିକାରୀ ଅନଲାଇନ ରେ ନାମ ପଞ୍ଜିକରଣ କରିଥିବା ବେଳେ ଅନଲାଇନରେ ମଧ୍ୟ ପ୍ରମାଣପତ୍ର ପାଇବେ । ଉକ୍ତ ଶିବିରରେ ଉଭୟ ପଞ୍ଚାୟତ ସରପଞ୍ଚ , ବ୍ଲକ ପିଏ ଅମୂଲ୍ୟ କୁମାର ସୁବୁଦ୍ଧି ଏବଂ ବ୍ଲକର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।।

Leave a Reply

Your email address will not be published. Required fields are marked *