ପ୍ରେମ ସଞ୍ଜୀବନୀ ରକ୍ତଦାନ ଶିବିର ଆୟୋଜିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଜଗନ୍ନାଥପୁର କଲ୍ୟାଣ ମଣ୍ଡପରେ ଥର୍ମାଲ ସମିତି, ଆଙ୍ଗୁଲ ଦ୍ୱାରା ପ୍ରେମ ସଞ୍ଜୀବନୀ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି | ପ୍ରଭୁ ଶ୍ରୀ ସତ୍ୟସାଇ ବାବାଙ୍କ ଆଶୀର୍ବାଦ ସହିତ ଆୟୋଜିତ ଏହି ଶିବିରରେ ମୋଟ 48 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା .

ତାଳଚେର ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର ଆୟୋଜନରେ ସହଯୋଗ କରିବା ସହିତ ରକ୍ତ ସଂଗ୍ରହ କରିଥିଲେ . ଆୟୋଜିତ ଶିବିରକୁ ସମ୍ମାନିତ ଜିଲ୍ଲା ସଭାପତି – ଆଙ୍ଗୁଲ , ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସରପଂଚ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀ , ତାଳଚେର ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା |

Leave a Reply

Your email address will not be published. Required fields are marked *