ଲୁଟ ଅଭିଯୋଗରେ ଯୁବକ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶନିବାର ଲୁଟ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଛେଣ୍ଡିପଦା କୋର୍ଟର ରାତ୍ର ଜଗୁଆଳି ସାପୋଇସାହି ଗାଁର ସୌମ୍ୟ ରଞ୍ଜନ ନାୟକ (୨୦) ଶୁକ୍ରବାର ରାତି ୮ ଟାରେ ଗାଁ ରୁ କୋର୍ଟକୁ ଆସୁଥିଲେ । ଏହି ସମୟରେ ଗାଁର ଏକ ନିଛାଟିଆ ସ୍ଥାନରେ ଏକ ବାଇକ ରଖି ଠିଆ ହୋଇଥିବା ଜଣେ ଯୁବକ ତାଙ୍କୁ ଅଟକାଇ ଗାଳି ଦେଇ ପାଖରେ ଥିବା ଟଙ୍କା ମାଗିଥିଲା । ଟଙ୍କା ଦେବାକୁ ମନା କରିବାରୁ ଏକ ଭୁଜାଲି ବେକରେ ଲଗାଇ ପକେଟରୁ ୫ ହଜାର ଟଙ୍କା ଓ ମୋବାଇଲ ଫୋନ୍ ନେଇଗଲା । ଏହାପରେ ସୌମ୍ୟ ପାଟି କରିବାରୁ ପାଖରେ ଥିବା କିଛି ଲୋକ ଦୌଡ଼ି ଆସି ଲୁଟେରାକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ । ଲୁଟେରା ଯୁବକଙ୍କ ଘର ଟେଣ୍ଟୋଲୋଇ ଗାଁରେ । ତାଙ୍କ ନାମ ବୁଦ୍ଧଦେବ ବାଘ (୨୦) ବୋଲି ପୁଲିସ ଆଗରେ ପ୍ରକାଶ କରିଥିଲା । ପୁଲିସ ଏକ ମାମଲା ରୁଜୁ କରି ବାଇକ, ଭୁଜାଲୀ, ଟଙ୍କା ଓ ମୋବାଇଲ ଜବତ କରି ବୁଦ୍ଧଦେବଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ।

 

Leave a Reply

Your email address will not be published. Required fields are marked *