ପଶ୍ଚିମ ବାଙ୍କୀ ରେ ବିଜେପି ର କାର୍ଯ୍ୟକର୍ତ୍ତା ସମାବେଶ !!!

Spread the love

ଗୋଟିଏ ମଞ୍ଚରେ ଏକାଠି ହେଲେ ବାଙ୍କୀ ବିଜେପି ର ତିନି ଫ୍ରଣ୍ଟ ଲାଇନର

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ନିର୍ବାଚନ ମଣ୍ଡଳୀ କଳାପଥର ଅଞ୍ଚଳରେ ବାଙ୍କୀ ବିଜେପି ର କାର୍ଯ୍ୟକର୍ତ୍ତା ସମାବେଶ . ଏକାଠି ହେଲେ ବାଙ୍କୀ ଏନଏସି , ପୂର୍ବ ବାଙ୍କୀ , ପଶ୍ଚିମ ବାଙ୍କୀ ଏବଂ ବାରଙ୍ଗ ଅଞ୍ଚଳର ବିଜେପି ନେତା . ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ . ସଜବାଜ ହେଲେଣି ରାଜନୈତିକ ଦଳ ସବୁ . ତେବେ ବାଙ୍କୀ ରେ ଶାସକ ଦଳ କ୍ଲିନ ସୁଇପ କରିବ ବୋଲି ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦୃଢୋକ୍ତି ପ୍ରକାଶ କରିବା ପରେ ଏବେ ଚେଇଁ ଉଠିଛନ୍ତି ଅନ୍ୟ ରାଜନୈତିକ ଦଳର ନେତା ଓ କର୍ମୀ .

ବାଙ୍କୀ ବିଜେପି ନେତା ତଥା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଅଜୟ ସ୍ୱାଇଁଙ୍କ ନେତୃତ୍ୱରେ କଳାପଥର ନିକଟସ୍ଥ କେନ୍ଦୁପଲ୍ଲୀରେ ବିଜେପିର ଏକ କାର୍ଯ୍ୟକର୍ତ୍ତା ସମାବେଶ ଅନୁଷ୍ଠିତ ହୋଇଯାଇଛି . ବାଙ୍କୀ ଏନଏସି ର ବିଜେପି ନେତା ଦେବୀ ପ୍ରସାଦ ମହାନ୍ତି , ବାରଙ୍ଗ ଅଞ୍ଚଳର ଟାଣୁଆ ଯୁବନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ , ପଶ୍ଚିମ ବାଙ୍କୀ ର ବିଜେପି ନେତା ସିଦ୍ଧେଶ୍ଵର ପାଇକରାୟ ପ୍ରମୂଖ ନିଜର ସମର୍ଥକ ମାନଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ .

ଆୟୋଜିତ କାର୍ଯ୍ୟକ୍ରମରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ସହିତ ସମସ୍ତ ଜିଲ୍ଲା ପରିଷଦ ଜୋନ ଏବଂ ପଞ୍ଚାୟତରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ବିଜେପି ନେତା ଅଜୟ ସ୍ୱାଇଁ ପ୍ରକାଶ କରିଛନ୍ତି . ବୈଠକରେ ବାଙ୍କୀ ବିଜେପି ର ପୁରୁଣା କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା .

Leave a Reply

Your email address will not be published. Required fields are marked *