ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପାତ୍ରପଡ଼ା ଓ ପରଙ୍ଗ ଗ୍ରାମ ପଞ୍ଚାୟତର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀଙ୍କ ଭାରତୀୟ ଜନତା ପାର୍ଟିରେ ଶନିବାର ଯୋଗଦାନ କରିଛନ୍ତି । ପାତ୍ରପଡ଼ା ଗ୍ରାମ ପଞ୍ଚାୟତର ମା’ ବାୟାଣୀ ପୀଠ ନିକଟରେ ଆୟୋଜିତ ହୋଇଥିବା ଏହି ମିଶ୍ରଣ ପର୍ବରେ ଅଗସ୍ତି ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ବରିଷ୍ଠ ନେତା କିଶୋର ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ , ଯୁଧିଷ୍ଠିର ସାହୁ, ରଞ୍ଜିତ ସାହୁ, ନକୁଳ ମାଝୀ, ବିନୋଦ ସାହୁ, ମିଲତନ୍ ମାଝୀ, ସତ୍ୟବ୍ରତ ବାରିକ ଓ କଂଗ୍ରେସ ଦଳର କର୍ମୀ ପାଣ୍ଡବ ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ ଙ୍କ ସମେତ ଶତାଧିକ ବ୍ୟକ୍ତି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିର ଦଳୀୟ ଟୋପି ଓ ଉତରୀୟ ପିନ୍ଧି ଦଳରେ ସାମିଲ ହୋଇଥିଲେ । ମନୋରଂଜନ ଆଚାର୍ଯ୍ୟ, ଗୋପବନ୍ଧୁ ଗଡନାୟକ, ଯୁଗଳ କିଶୋର ସାହୁ, ଦୀପକ୍ ସାହୁ , ମିନକେତନ ସାହୁ, ବିଜୟ ସାମଲ, ରୂପାୟନ ସାହୁ, ବିଛନ୍ଦ ସ୍ୱାଇଁ , ସୁଦର୍ଶନ ପ୍ରଧାନ ପ୍ରମୁଖ ବିଜେପି ନେତା ଏହି ଉତ୍ସବରେ ଉପସ୍ଥିତ ଥିଲେ । ସେହିପରି ପରଙ୍ଗ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ବରିଷ୍ଠ ନେତା କମଳ ଲୋଚନ ମହାକୁଡ଼, ସୁନୀଲ ମହାକୁଡ଼, ଭାବଗ୍ରାହୀ ଜେନା, କନ୍ଦର୍ପ ମହାକୁଡ଼, ମହିଳା ନେତ୍ରୀ ଉପାସୀ ଗୋଚ୍ଛାୟତ, ଟିନା ଗୋଚ୍ଛାୟତ, ବିହାରୀ ଗୋଚ୍ଛାୟତ, ଅର୍ଜୁନ ନାଏକ, ଧ୍ରୁବ ଚରଣ ବେହେରା, ଶ୍ରୀଧର ବେହେରାଙ୍କ ସମେତ ଶତାଧିକ ବିଜେଡ଼ି ଓ କଂଗ୍ରେସ ଦଳର କର୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ ସମୟରେ ପରଙ୍ଗ ଗ୍ରାମ ପଞ୍ଚାୟତର ଯୁବ ନେତା ସନ୍ତୋଷ କୁମାର ନାୟକ, ଦୀପକ୍ କୁମାର ସିଂହ, ଦାମୋଦର ମହାପାତ୍ର, କମଳ ଲୋଚନ ସାହୁ, ପ୍ରଶାନ୍ତ ଭୋଇ, ମନ୍ଦର ଦଳବେହେରା, କୁଞ୍ଜ ବିହାରୀ ନାଥ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *