ପୂଣ୍ୟାତ୍ମା ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସ ପାଳନ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ରନଗରସ୍ଥିତ ସମାଧି ପୀଠ ଠାରେ “ପବିତ୍ରମୋହନ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଗଡ଼ଜାତ ବୀର ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଅତିଥି ଭାବେ ବିରୁ ପଞ୍ଚାୟତର ସମିତି ସଭ୍ୟ ଶ୍ୟାମସୁନ୍ଦର ସାହୁ, ବୁରୁକୁନା ସରପଞ୍ଚ ଦୁଃଖବନ୍ଧୁ ବେହେରା, ବିରୁ ଗ୍ରାମ ପଞ୍ଚାୟତର ସରପଞ୍ଚ ଧରଣୀଧର ବେହେରା, ଶିକ୍ଷାବିତ ରମେଶ ଚନ୍ଦ୍ର ପ୍ରଧାନ, ଭକ୍ତରତ୍ନ ସାହୁ, ପ୍ରଭାକର ମହାନ୍ତି, ଘନଶ୍ୟାମ ଜେନା, ପ୍ରଶ୍ନ ମହାନ୍ତି ସମେତ ସଙ୍ଗଠନର ସଭ୍ୟ ଦିଲ୍ଲିପ ବିଶ୍ବାଳ, ଶ୍ୟାମଘନ ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, ଅଶୋକ ଦାସ, ଲମ୍ବୋଦର ବେହେରା, ଯୋଗୀନାଥ ପ୍ରଧାନ ଆଦି ଯୋଗଦାନ କରିଥିଲେ । ସ୍ବର୍ଗତ ପବିତ୍ର ବାବୁଙ୍କ ସ୍ମରଣ କରିବା ସହିତ ସମାଧିପୀଠ ଠାରେ ହୋମ କରାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *