ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧକ୍ଷ , ଶ୍ରୀଯୁକ୍ତ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ଡିଜିଟାଲ ମାଧ୍ୟମରେ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ଏଡସ୍ ରୋଗର ଉତ୍ପତି ଏବଂ ବର୍ତ୍ତମାନର ସ୍ଥିତି ଉପରେ ଏକ ଆଲୋଚନା କରିଥିଲେ । ଏତଦ୍ ସହିତ ଏଡସ୍ ରୋଗରେ ପୀଡିତ ଥିବା ଲୋକ ମାନଙ୍କୁ ଘୃଣା ନ କରିବା , ତାଙ୍କୁ ସେବା କରିବା , ଚିକିତ୍ସାଳୟ ଗୁଡିକର ଭୂମିକା ଏବଂ ଏହି ରୋଗକୁ କିପରି ରୋକାଯାଇ ପାରିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲ ଲୟର / ପି.ଏଲ.ଭି ପ୍ରମୁଖ ଉପସ୍ଥିତ ଥିଲେ ।