ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର
କଳାପଥର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : କଳାପଥର ନିକଟସ୍ଥ ଧଳାପଥର ବଜାର ସ୍ଥିତ ନାରାୟଣ ଜୁଏଲର୍ସ ଆଣ୍ତ ୱାର୍କସପ ଦୋକାନ ଉପରେ ବୋମାମାଡ । ସୂଚନା ଅନୁସାରେ ଦୁଇଟି ବାଇକିରେ ୫ ଜଣ ଦୁର୍ବୃତ୍ତ ଆସି ବୋମାମାଡ କରି ଭୟ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଲୁଟି ନେଇଛନ୍ତି । ଜନଗହଳି ଭିତରେ କଳାପଥର ଅଞ୍ଚଳରେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟିଥିବା ସମୟରେ ବୈଦେଶ୍ବର ଥାନା ଏବଂ ଧଳାପଥର ଫାଣ୍ତି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଧଳାପଥର ସୁନାଖଳା ଏବଂ ବାଘମରୀ ଖୋର୍ଦ୍ଧା ରାସ୍ତା ସିଲ୍ କରାଯାଇଛି ।
