ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ପକ୍ଷୀମାନଙ୍କ ଭିଡ ଜମିବା ଆରମ୍ଭ ନହେଉଣୁ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି । ଆଜି ଜଣେ ଶୀକାରୀ , ପକ୍ଷୀ ଶୀକାର କରିବା ବେଳେ ବନ୍ୟପ୍ରାଣୀ ବିଭାଗ ହାତରେ ଧରାପଡିଛି । ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ କୁହୁଡି ହାଟନୂଆ ସାହି ନିକଟରୁ ଜଣେ ପକ୍ଷୀ ଶିକାରୀଙ୍କୁ ଆଜି ଅପରାହ୍ନରେ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଶୀକାରୀ ନିକଟରୁ ତିନି ଗୋଟି ମୃତ ଲାର୍ଜ୍ ହୁଇସଲିଙ୍ଗ ଡକ୍ ସମେତ ଗୋଟେ ବାଇକ ଓ ବ୍ୟାଗ ଜବତ କରାଯାଇଛି । ଗିରଫ ଶିକାରୀ ଜଣକ ହେଲେ ଟାଙ୍ଗୀ ଥାନା କୁହୁଡି ଅଞ୍ଚଳର ଗଜି ପ୍ରଧାନ । ଗିରଫ ବ୍ୟକ୍ତିଙ୍କ ବିରୋଧରେ ପିଆର ନମ୍ବର ୦୯ ଟି /୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ରେଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି ।
ପକ୍ଷୀ ଶିକାରୀ ଗିରଫ : ତିନି ମୃତ ପକ୍ଷୀ ଜବତ !!!

