ଲକ୍ଷାଧିକ ଟଙ୍କାର ପାନ ମସଲା ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୁଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ଲକ୍ଷାଧିକ ଟଙ୍କାର ପାନମସଲା ଚୋରି ହୋଇଥିଲା । ଏହି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଚୋରି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଗିରଫ ତିନି ଅଭିଯୁକ୍ତ ହେଲେ କଟକ ଜିଲ୍ଲା ବିଡ଼ାନାସି ଅଞ୍ଚଳର ୱାଇ. ନରେଶ, ନିବେଶ ବେହେରା ଏବଂ ସୁଶାନ୍ତ ସାହୁ । ଚୋରି ହୋଇଥିବା ପାନ ମସଲାର ବିକ୍ରି ମୂଲ୍ୟ ତିନି ଲକ୍ଷ ଟଙ୍କା ସମେତ ଚୋରି ପାଇଁ ବ୍ୟବହାର ହୋଇଥିବା ପିକଅପ ଭ୍ୟାନକୁ ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଥାଉକି ଗତ ମାସ ୧୮ ତାରିଖ ମଧ୍ୟ ରାତ୍ରିରେ ବାଲୁଗାଁ ପାଟଣା ସାହି ସ୍ଥିତ ସୁଶୀଲ ସୁବୁଦ୍ଧିଙ୍କ ଗୋଦାମରୁ ପାଖାପାଖି ତିନି ଲକ୍ଷ ଟଙ୍କାର ପାନ ମସଲା ଚୋରୀ ଯାଇଥିଲା । ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କ ଦ୍ଵାରା ସ୍ପେଶାଲ ସ୍କ୍ୱାର୍ଡ ସହଯୋଗରେ ତିନି ଗୋଟି ଟିମ ଗଠନ କରା ଯାଇଥିଲା । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।

ତେବେ ତଦନ୍ତ ବେଳେ ଅଭିଯୁକ୍ତ ମାନେ ଉକ୍ତ ପାନ ମସଲାକୁ ଝାରସୁଗୁଡା ଅଞ୍ଚଳରେ ବିକ୍ରି କରିଥିବାର ସ୍ୱୀକାର କରିଥିଲେ । ପୋଲିସ ସୁଦୂର ଝାରସୁଗୁଡା ଯାଇ ଏକାଧିକ ଦୋକାନୀଙ୍କ ଠାରୁ ବିକ୍ରି ହୋଇଥିବା ସମସ୍ତ ଚୋରା ପାନ ମସଲାର ମୂଲ୍ୟ ତିନି ଲକ୍ଷ ଟଙ୍କା ଜବତ କରିଥିଲା । ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ କେସ ନମ୍ବର ୨୧୩ / ୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା । ତେବେ ଉକ୍ତ ଚୋରିରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଅବ୍ୟାହତ ରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *