ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢ଼ାଇଲେ SOWD ର ସଦସ୍ୟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢ଼ାଇଲେ SOWD ର ସଦସ୍ୟ . ସିଡି ରୁ ପଡି ମେରୁଦଣ୍ଡରେ ଆଘାତ ପାଇ କଟକ ବଡ ମେଡ଼ିକାଲରେ ଚିକିତ୍ସିତ ହେଉଥିବା 35 ବର୍ଷୀୟ ଜୁମା ମାଲିକ ନାମକ ଜଣେ ଅସହାୟ ମହିଳାଙ୍କୁ ଅସ୍ତ୍ରୋପଚାର ପରେ ଆବଶ୍ୟକୀୟ ଉପକରଣ ଯୋଗାଇ ମାନବିକତାର କର୍ତ୍ତବ୍ୟ ପାଳନ କରିଛନ୍ତି SOWD (social organization for weaker and destitute) ସାମାଜିକ ସଂଗଠନର ଡ଼ାଇରେକ୍ଟର ଶ୍ରୀମତୀ ମମତା ରାୟ । ଅର୍ଥ ଅଭାବରୁ ଅସୁବିଧାର ସମ୍ମୁଖୀନ ହେଉଥିବା ପରିବାରକୁ ଉଚିତ ସମୟରେ ଚିକିତ୍ସା ଉପକରଣ ଯୋଗାଇବା ଯୋଗୁ ଜୁମା ମାଲିକଙ୍କ ଚିକିତ୍ସା ହୋଇ ପାରିଛି । ଏହି ମହାନତା ପାଇଁ ଶ୍ରୀମତୀ ମମତା ରାୟଙ୍କୁ ସାମାଜିକ ସଂଗଠନ ଏଇତ ଜୀବନ ପରିବାର ସମେତ ବିଭିନ୍ନ ମହଲରୁ ସାଧୁବାଦ ମିଳିଛି ।

Leave a Reply

Your email address will not be published. Required fields are marked *