କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ଭାରିଗୋଳ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା । ଗ୍ରାମର ରବିନ୍ଦ୍ର ମହାନ୍ତି ଙ୍କ ଗୁହାଳ ଘରେ ନିଆଁ ଲାଗି ତାଙ୍କ ସ୍ତ୍ରୀ ଝୁନୁ ମହାନ୍ତି ଗୁରୁତର ହୋଇଥିବା ସୂଚନାରୁ ମିଳିଛି । ଆହତ ଝୁନୁ ମହାନ୍ତି ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଅଗ୍ନିକାଣ୍ଡରେ ରବୀନ୍ଦ୍ର ଙ୍କ ପଡୋଶୀ ସନାତନ ମହାନ୍ତି ଙ୍କ ଘର ମଧ୍ୟ ପୋଡିଯାଇଛି । ନିଆଁ ଗୁହାଳ ଘରୁ ଲାଗିଥିବା ଜଣାପଡିଛି । ଏହା ସହିତ ତିନୋଟି ଗୋରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଛନ୍ତି ।
ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ଜଣେ ଗୁରୁତର !!!

