କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ” ଶ୍ୟାମଳ ସୁବର୍ଣ୍ଣ ” ଓଡ଼ିଶାର କୃଷି ଭିତ୍ତିକ ପତ୍ରିକା ମଧ୍ୟରେ ଏକ ଅଗ୍ରଣୀ ନାମ । ୨୦୧୮ ମସିହାରୁ କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭଦ୍ରକରୁ ପ୍ରକାଶିତ ଏହି ପତ୍ରିକା ସାରା ଓଡ଼ିଶାର ଚାଷୀକୁଳ ପାଖରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସ ଅବସରରରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ ୱେବିନାର ଅନୁଷ୍ଠିତ ହୋଇ ଯାଇଥିବା ବେଳେ, ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ଓଡ଼ିଶାର କୃଷି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଯୋଗଦେଇ ଚାଷ ଓ ମାଟିର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ରର ଡ଼ିଜି ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବରେ ଓୟୁଏଟିର କୁଳପତି ଡ଼.ପବନ କୁମାର ଅଗ୍ରୱାଲ, ବରିଷ୍ଠ ମୃତ୍ତିକା ବିଜ୍ଞାନୀ ତଥା ଓୟୁଏଟିର ଅଧ୍ୟକ୍ଷ ଡ଼. କୁମ୍ଭକର୍ଣ୍ଣ ରାଉତ, ଓୟୁଏଟିର ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ସୋଆର ମୃତ୍ତିକା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡ଼. ବିଜୟ କୁମାର ପାଣି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦେବେନ୍ଦ୍ର ରେଡ଼ି, ପର୍ଯ୍ୟବେକ୍ଷକ ଓ କଳିଙ୍ଗ କ୍ରୋନିକଲ ର ସମ୍ପାଦକ ଡ଼.ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ଡ଼ି. ଶୁଭମ ପତ୍ରିକାର ବିକାଶ ତଥା ମୃତ୍ତିକା ଦିବସର ଅନୁଚିନ୍ତା ବିଷୟରେ କହିଥିଲେ । ପତ୍ରିକାର ସଦସ୍ୟା ଶୁଭଶ୍ରୀ ସାହୁ ଓ ମନ୍ଦିରା ପ୍ରଧାନ ସଂଯାଜନା କରିଥିବା ବେଳେ ମିହିର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ କରାଯାଇଥିବା ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଗୁଣୁପୁର କୃଷି ମହାବିଦ୍ୟାଳୟର ବିଜେତା ମିଶ୍ର ପ୍ରଥମ , ଗୁଣୁପୁର କୃଷି ମହାବିଦ୍ୟାଳୟର ସୋନାଲି ପରିଡ଼ା ଦ୍ୱିତୀୟ ଓ ତୃତୀୟ ଯୁଗ୍ମ ଭାବେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଅମିତାଭ ବନ୍ଦୋପାଧ୍ୟାୟ ଓ ଭୁବନେଶ୍ୱରର ଯଦୁନନ୍ଦନ ପଣ୍ଡା ପ୍ରମୁଖ ବିଜୟୀ ହୋଇଛନ୍ତି ।
ମାଟି ହିଁ ଚାଷର ଏନ୍ତୁଡ଼ିଶାଳ – ଡ଼ ଅରୁଣ କୁମାର ସାହୁ !!!

