ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୈାର ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ଜଳ ସାଥୀ ତାଲିମ ଶିବିର , ଗୋଷ୍ଠୀ ଅଂଶ ଗ୍ରହଣକାରୀ , ଜଳ ଯୋଗାଣ ପରିଚାଳନା, ଜଳ କର ସଂଗ୍ରହ ସମ୍ପର୍କିତ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ନୟାଗଡ଼ ଜିଲ୍ଲାର ଓଡ଼ଗାଁ , ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ଏନଏସି ର ଯନ୍ତ୍ରୀ , ଜନ ସ୍ଵାସ୍ଥ୍ୟ ଯନ୍ତ୍ରୀ, ଗୋଷ୍ଠୀ ସଙ୍ଗଠିକା , ସହରି ମିଶନ ପରିଚାଳକ , ଜଳସାଥୀ ମାନେ ଯୋଗଦେଇ ସହରରେ ପାନୀୟ ଜଳ ସମସ୍ୟା ର ସମାଧାନ ଏବଂ ଆୟ ବୃଦ୍ଧି ସମ୍ପର୍କରେ ତାଲିମ ନେଇଥିଲେ ।

ଏହି ଶିବିରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସାଗରିକା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାନୀୟ ଜଳ ର ଉପଯୋଗୀତା ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ବିରଞ୍ଚି ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା , ଭୁବନେଶ୍ୱର ର ସହକାରୀ ଯନ୍ତ୍ରୀ ସଚିତ୍ର ମୋହନ ରାଉଳ ଯୋଗ ଦେଇଥିଲେ । ଏହି ଶିବିରରେ ସମସ୍ତ ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ । ରାଜ୍ୟ ସହର ଉନ୍ନୟନ ସଂସ୍ଥାର ପ୍ରସନ୍ନ କୁମାର ମହାରଣା ଟ୍ରେନର ଭାବେ ଯୋଗଦେଇ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ତାଲିମ ଦେଇଥିଲେ। ସହରୀ ମିଶନ ପରିଚାଳକ ଶ୍ରୀବତ୍ସ ମହାନ୍ତି, ମୁକ୍ତା ସଂଯୋଜକ ଶିରୋମଣି ଧିରେନ୍ଦ୍ର କୁମାର ଙ୍କ ସମେତ ନୟାଗଡ଼ ପୈାର ପରିଷଦ କର୍ମଚାରୀ ମାନେ ଶିବିର କୁ ପରିଚାଳନା କରିଥିଲେ ।

