ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ଓଡ଼ିଆର୍ଟ ସେଣ୍ଟର ଠାରେ ୭ମ ଚିଲିକା ସେଲଡକ ଫୋକ କାର୍ନିଭାଲ ଉତ୍ସବ ଉଦଯାପିତ ହୋଇଯାଇଛି ।ଗତ ୮ ତାରିଖରୁ ୫ ଦିନ ବ୍ୟାପି ଆୟୋଜିତ ଉକ୍ତ ଉତ୍ସବରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଚିତ୍ରକଳା, ଲୋକକଳା, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶନ କରାଯାଇଥିଲା ।ଦର୍ଶକ ମାନଙ୍କ ମନ ମୋହିବା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ବିଲୁପ୍ତ ଅବସ୍ଥାରେ ଥିବା ଲୋକକଳା ଏବଂ ସଂସ୍କୃତିକୁ ଏହି କାର୍ଯ୍ୟକ୍ରମରେ ପରିବେଷଣ କରି ପୁନଃ ଜନମାନସରେ ଉଦଜୀବିତ କରିବା ଉକ୍ତ କାର୍ଯ୍ୟକ୍ରମର ଥିଲା ମୂଳ ଲକ୍ଷ l
ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗୋପବନ୍ଧୁ ଦାସ, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଓଡ଼ିଆର୍ଟ ସେଣ୍ଟର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାସ, ସଭାପତି ବଂଶୀଧର ଆଚାର୍ଯ୍ୟ , ବିଜୟ କୁମାର ପତି, ମାନସ ରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର କୁମାର ରୟ, ରଶ୍ମିରଞ୍ଜନ ଆଚାର୍ଯ୍ୟ, ସଂଜୀବ ସାହା ଏବଂ ଓଡ଼ିଆର୍ଟ ସେଣ୍ଟର ପରିଚାଳକ ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ସଂଖ୍ୟକ ଦର୍ଶକଙ୍କୁ ନେଇ ଉଦଯାପନୀ ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ବେଳେ ଜଗତସିଂହପୁର ର ଘୋଡା ନାଚ, ଗଞ୍ଜାମ ର ଦାସକାଠିଆ, ସୁଦୂର କୋଲକାତା ଓଡ଼ିଶା ଆବେ ଗ୍ରୁପର ଫୋକ ଡାନ୍ସ ଦର୍ଶକଙ୍କୁ ବିମୋହିତ କରିଥିଲା l ଏଥି ସହିତ ବହୁ ପ୍ରତିକ୍ଷୀତ ଆସାମ ବିହୁ ନୃତ୍ୟ ଏବଂ ଭୁବନେଶ୍ୱର ଏନଆଈଏଫଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପ୍ରାୟୋଜିତ ଫ୍ୟାସନ ସୋ ଏବଂ ଡାନ୍ସ ଦର୍ଶକଙ୍କୁ ଅମୋଦିତ କରିଥିଲା l ବିଗତ ସାତ ବର୍ଷଧରି ଓଡ଼ିଆର୍ଟ ସେଣ୍ଟର, ବଡ଼କୂଳ ତରଫରୁ ଚିତ୍ରକଳା ଓ ଲୋକକଳା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥୁବା ବେଳେ ଏହାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଲୁକ୍କାୟିତ ଥିବା କଳାକୁ ସରକାରୀ ମାନ୍ୟତା ଦେବା ଉଦ୍ଦେଶ୍ୟରେ ଉକ୍ତ କଳାକାର ମାନଙ୍କ ପ୍ରତି ରାଜ୍ୟ ସରକାର ଶୁଭଦୃଷ୍ଟି ପକାଇଲେ ଆଗାମୀ ଦିନରେ ଲୁକ୍କାୟିତ ଥିବା କଳା ଗୁଡ଼ିକ ଉଜ୍ଜୀବିତ ହୋଇ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l