କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜିତ ଆମନ୍ତ୍ରଣୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪୨ ମୈାଜା ଅନ୍ତର୍ଗତ ଵଉଳକୁଦ ଗ୍ରାମ ମା ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଷୋହଳଟି ଦଳ ଭାଗ ନେଇଥିବା ବେଳେ ଫାଇନାଲରେ ଗୋଠପୁର ଫୁଟବଲ କ୍ଲବ କୁ ୧-୦ ଗୋଲ ରେ ପରାସ୍ତ କରିଥିଲା ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ । ଦୀନବନ୍ଧୁ ଦାସ ମ୍ୟାଚ ରେ ଏହି ବିଜୟ ସୂଚକ ଗୋଲ୍ ଦେଇଥିଲେ । ସେ ମଧ୍ୟ ସମ୍ପୁର୍ଣ୍ଣ ପ୍ରତିଯୋଗିତାରେ ସୁନ୍ଦର ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହେଵା ସହିତ ଏକ ଗାଡି ପୁରସ୍କାର ଲାଭ କରିଥିଲେ । ସେହିପରି ତାଙ୍କୁ ଉପଯୁକ୍ତ ସହଯୋଗ କରିଥିବା କାଵନ ଦାସ ମଧ୍ୟ ଏକ ସାଇକେଲ ପୁରସ୍କାର ଲାଭ କରିଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ମୁନ୍ନା ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ୨୧ ହଜାର ଟଙ୍କା ସହ ଏକ ଆକର୍ଷଣୀୟ ଟ୍ରଫି ପ୍ରଦାନ କରିଥିଲେ ଏବଂ ରନର୍ସ ଅଫ୍ ଗୋଠପୁର ଫୁଟବଲ କ୍ଲବକୁ ୧୧ ହଜାର ଟଙ୍କା ସହ ଏକ ଟ୍ରଫି ପ୍ରଦାନ କରିଥିଲେ ।
ସ୍ୱର୍ଣ୍ଣଦେଵୀ ଫୁଟବଲ କ୍ଲବ ଚମ୍ପିୟାନ !!!

