ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏକାଧିକ ଚୋରି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ । ସୂଚନା ମୁତାବକ କୁହୁଡି ଛକ କଷାକେନ୍ଦୁ ନିକଟରେ ବାଇକ୍ ଚୋରୀ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଗୟା ନାୟକ ଓ ଅନାମ ନାୟକ । ଅନୁରୂପ ଭାବେ କାଳୁପଡା ଘାଟ ଅଞ୍ଚଳର ଏକ ମେଡିସିନ ଷ୍ଟୋରରୁ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଚଣ୍ଡେଶ୍ୱର ଅଞ୍ଚଳର ମହେଶ ପ୍ରଧାନ । ଖବର ମୁତାବକ କାଳୁପଡା ଘାଟ ଅଁଳାଡି ଛକରେ ଥିବା ଜୟ ହନୁମାନ ମେଡିସିନ ଷ୍ଟୋରରୁ ସ୍କାଏଲାଇଟ୍ ଭାଙ୍ଗି ସିସିଟିଭିର ହାର୍ଡଡିସ୍କ ସାଙ୍ଗକୁ ନଗଦ ୬ ହାଜର ଟଙ୍କା ଚୋରି କରିଥିଲେ ମହେଶ । ଏ ନେଇ ଦୋକାନୀ ଜଣକ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ମହେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଆଇଆଇସି ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି ।
ଏକାଧିକ ଚୋରି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଙ୍ଗୀ ପୋଲିସ !!!

