ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍କକ ଫତେଗଡ ନାଲି ସାଗର ଖେଳ ପଡିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଦ୍ୱାଦଶ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯାଜପୁର କ୍ରିକେଟ ଟିମକୁ ୪୨ ରନରେ ହରାଇଲା ପତିତପାବନ ୟୁଥ୍ କ୍ଲବ୍ ଅଟ୍ରି । ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଅନ୍ତିମ କ୍ୱାଟର ଫାଇନାଲ ମ୍ୟାଚରେ ଟସ୍ ଜିତି ଅଟ୍ରି ଦଳ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ୨୩.୪ ଓଭରରେ ସମସ୍ତ ଉଇକେଟ୍ ହରାଇ ରାକେଶ ପଟ୍ଟନାୟକଙ୍କ ୪୮ ବଲରେ ୮ ଚଉକା ଓ ୬ ଗୋଟି ଛକା ସହ ୯୪ରନ ସହାୟତାରେ ୧୮୪ ରନ ସ୍କୋର କରି ପାରିଥିଲା । ଜବାବରେ ଯାଜପୁର କ୍ରିକେଟ ଟିମ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ନିର୍ଧାରିତ ବିଜୟ ଟାର୍ଗେଟ ୧୮୪ ରନକୁ ପିଛା କରି ୨୩.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୪୨ ରନ୍ କରିବା ପାଇଁ ସମର୍ଥନ ହୋଇଥିଲା । ପରାଜିତ ଯାଜପୁର ଦଳର ଟୁକୁନା ସାହୁ ୫୦ ବଲରେ ୨ ଛକା ଓ ୬ ଚୈକା ବଳରେ ୫୪ ରନ୍ କରିବା ସହ ବୋଲିଂରେ ଚାରି ଓଭର ବୋଲିଂ କରି ୨୦ ରନ ଦେଇ ୪ଇଉକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଶେଷ କ୍ୱାଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ୧୯ନ° ଜୋନର ଜିଲ୍ଲା ପରିଷଦ ପ୍ରତିନିଧି ମନୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାପୁର ବ୍କକର ପୂର୍ବତନ ଅଧ୍ୟକ୍ଷା ଶାନ୍ତିଲତା ବେହେରା, ଶିକ୍ଷାବିତ୍ ରବୀନ୍ଦ୍ର ନାଥ ସାହୁ ଓ ମନୋଜ କୁମାର ମହାପାତ୍ର ଯୋଗ ଦେଇ ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିଜେନ୍ଦ୍ର ଘୋଷ ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ଖେଳକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବା ବେଳେ ପବିତ୍ର କୁମାର ସାହୁ ଓ ବିଭୂତି ଭୂଷଣ ସାହୁ ସ୍କୋରର ଓ ଧାରାଵିଵରଣୀ କାର୍ଯ୍ୟ ସରୋଜ କୁମାର ମହାପାତ୍ର ଓ ବୁବୁ ସିହ୍ନା ତୁଲାଇଥିଲେ । ଆଜି ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ସତ୍ୟପିର ଢେ଼ଙ୍କାନାଳ ସହିତ ରାଇଜିଙ୍ଗ୍ ଷ୍ଟାର କୁମାରବସ୍ତ ମଧ୍ୟରେ ମୁକାବିଲା ହେବ ବୋଲି ଆୟୋଜକ ଫତେଗଡ ଯୁବକ ସଂଘର ସଦସ୍ୟ ଗଗନ ବେହେରା ସୂଚନା ଦେଇଛନ୍ତି ।
ଦ୍ୱାଦଶ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଶେଷ କ୍ୱାଟର ଫାଇନାଲ ମ୍ୟାଚରେ ପତିତପାବନ ୟୁଥ୍ କ୍ଲବ୍ ବିଜୟୀ !!!

