ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଟୋଲକାନୀ ଗ୍ରାମ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଦାମୁର୍ତ୍ତିଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଓ ନବଯୌବନ ଦର୍ଶନ ଉତ୍ସବ ଦୀର୍ଘ ୪ ଦିନ ଧରି ପୁରୀ ମୁକ୍ତି ମଣ୍ଡପର ପଣ୍ଡିତ ମାନଙ୍କ ଦ୍ବାରା ମହା ସମାରୋହରେ ପାଳିତ ହୋଇଯାଇଛି । ୨୯ ତାରିଖ ଦିନ ସୁକିନ୍ଦାର ମହାମାନ୍ଯ ରାଜ ଅଧିକାରୀ ଶ୍ରୀଯୁକ୍ତ ଭୂପତି ଭୂଦେବ ହରିଚନ୍ଦନ ଉପସ୍ଥିତ ହୋଇ ଜଗନ୍ନାଥଙ୍କର ମହିମା ଓ ଟୋଲକାନୀ ଗ୍ରାମରେ ଦଧିବାମନ ଜୀଉଙ୍କର ପ୍ରତିଷ୍ଠା ସମ୍ବନ୍ଧେ ଜନସାଧାରଣଙ୍କୁ ବିଷଦ ବିବରଣୀ ପ୍ରଦାନ କରି ଉତ୍ସାହିତ କରିଥିଲେ । ୩୦ ତାରିଖରେ ଦାନଗଦୀ ତହସିଲଦାର ଶ୍ରୀମତୀ ନମ୍ରତା ମୋଦି ଓ ୮ ନମ୍ବର ୱାର୍ଡର ଯାଜପୁର ଜିଲ୍ଲା ପରିଷଦ ଶ୍ରୀମତୀ ଟୁନା ହାଇବ୍ରୁଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ଏ ଉତ୍ସବର ସ୍ମରଣେ ଏକ ସ୍ମରଣୀକା (କୈବଲ୍ଯ କଣିକା) ଉନ୍ମୋଚନ କରିବା ପରେ ଜନସାଧାରଣରେ ଲୋକାର୍ପିତ ହୋଇଥିଲା । ୨୯ ତାରିଖ ରାତିରେ ସମସ୍ତ ଠାକୁରଙ୍କୁ ନ୍ଯାସ କରି ପୁରାତନ ଠାକୁରଙ୍କ ଠାରୁ ବ୍ରହ୍ମ ପରିବର୍ତ୍ତନ ସଙ୍ଗେ ସଙ୍ଗେ ନିସ୍ତବ୍ଧ ରାତ୍ରରେ ପୁରାତନ ଠାକୁରଙ୍କୁ ପାତାଳୀ କରାଯାଇଥିଲା । ତିନିଦିନ ଧରି ହଜାର ହଜାର ଲୋକ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ଖୁବ୍ ଆନନ୍ଦ ଅନୁଭବ କରିଥିଲେ । ଶେଷରେ ପୂର୍ଣ୍ଣାହୁତୀ ହୋଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା । ପ୍ରତ୍ଯେକ ଦିନ ଭଜନ ସଂନ୍ଧ୍ଯା ଓ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।
ଟୋଲକାନୀ ଗ୍ରାମ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଦାମୁର୍ତ୍ତିଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ !!!

