କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କଟକ ଜିଲ୍ଲାର ଆଉ ଚରୋଟି ବ୍ଲକ ରେ ସାଙ୍ଗଠନିକ ବୈଠକ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ! ଡିଜିଟାଲ ମିଡ଼ିଆ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସମ୍ମାନ , ସୁରକ୍ଷା ଏବଂ ଅଧିକାର ର ଲଢେଇ ଜାରି ରଖିଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! ନିଜର ଦାବୀ ହାସଲ ପାଇଁ ସଂଗଠନ ତରଫରୁ ଆଗାମୀ ଦିନରେ ବିଧାନସଭା ଚାଲ ଡାକରା ଦିଆ ଯାଇଥିବା ସମୟରେ କଟକ ଜିଲ୍ଲାରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ ! ବାଙ୍କୀ ର ଶକ୍ତିପୀଠ ମା ଚର୍ଚ୍ଚିକା କ୍ଷେତ୍ରରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ! କଟକ ଜିଲ୍ଲା ର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ୱରେ ଅଛନ୍ତି ଯୁଗ୍ମ ସମ୍ପାଦକ ପ୍ରସନ୍ନ ଦାସ ଏବଂ ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ ! ରାଜ୍ୟ କମିଟିର ଉପ ସଭାପତି ତଥା କଟକ ଜିଲ୍ଲାର ସଂଗଠକ ଶଙ୍କର୍ଷଣ ମହାପାତ୍ର ଙ୍କ ତତ୍ତ୍ୱାବଧାନରେ କଟକ ସଦର ମହକୁମାରେ ବୈଠକ ଆୟୋଜିତ ହୋଇଥିଲା ! ତାହାପରେ ସାଲେପୁର ର ସଫଳ ସମାବେଶ ପରେ ଆସନ୍ତା ଦିନରେ ବଡମ୍ବା , ନରସିଂହପୁର , ଡମପଡା ,ଆଠଗଡ ଏବଂ ତିଗିରିଆ ରେ ବୈଠକ ପାଇଁ ଚାଲିଛି ପ୍ରସ୍ତୁତି !