ଯୁବ ରେଡକ୍ରସ ପକ୍ଷରୁ ରକ୍ତ ଦାନ ଶିବିର !!!

0
167
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଯୁବ ରେଡ୍ କ୍ରସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ବେହେରା , ଅଜୟ ରାଉତ, ଆସିଷ୍ଟେଣ୍ଡ ପ୍ରଫେସର ମାନସୀ ସାହୁକାର, ପରତ ଶବର , ଯୁବ ରେଡକ୍ରସ ର ପରାମର୍ଶ ଦାତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ , HDFC ବ୍ୟାଙ୍କ ମ୍ୟାନେଜର ସୁବ୍ରତ ଚୌଧୁରୀ ଓ ବ୍ୟାଙ୍କ କର୍ମଚାରୀ ପ୍ରଭାସ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ କଲେଜର ଛାତ୍ର ଛାତ୍ରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ । ରକ୍ତଭଣ୍ଡାର ର ଟେକ୍ନୋନିସିଆନ ଖଗେଶ୍ବର ବେହେରା ଓ ଡକ୍ଟର ସାବାନା ପରବିନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ମୋଟ 44 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା !

LEAVE A REPLY

Please enter your comment!
Please enter your name here