ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ସଦର ମହକୁମା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ୨୦୨୧ ଟ୍ରଫି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସଂସ୍କୃତି ବିଭାଗର ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳଙ୍କ ସଂଯୋଜନାରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି, ଜିଲ୍ଲା କଳା ସଂସ୍କୃତି ସଂଘର ଉପ-ସଭାପତି ରାମଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ . ଜିଲ୍ଲାର ୧୦ ଗୋଟି ବ୍ଲକର ୨୦ଗୋଟି ଲୋକକଳା ଦଳ ଅଂଶ ଗ୍ରହଣ କରି ନିଜର କଳା ନିଜର କଳା ପରିବେଷଣ କରିଥିଲେ । ପରେ କଳାକାର ମାନଙ୍କୁ ଲୋକକଳା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୧ ଅତିଥି ମାନେ ପ୍ରଦାନ କରିଥିଲେ ।
ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ !!!

