ମୁକ୍ତା ଯୋଜନାରେ ବାଲୁଗାଁ ଏନ୍ଏସିକୁ ୨୬ ଲକ୍ଷ !!!

0
1336

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୫ ଟି ଅନ୍ତର୍ଗତ ମୁକ୍ତା ଯୋଜନା ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଵିଜ୍ଞାପିତ ପରିଷଦ ନିମନ୍ତେ ୬ ପ୍ରକଳ୍ପ ଉପରେ ରାଜ୍ୟ ସରକାର ମୋହର ମାରିଥିବା ଜଣାପଡ଼ିଛି . ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫ ଟି ସଚିବ ଭି କେ ପାଣ୍ଡିଆନ ଏ ନେଇ ସୂଚନା ଦେଉଥିବା ଜଣା ପଡ଼ିଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଜେଡି ରାଜ୍ୟ ମୁଖପାତ୍ର ତଥା ବିଧାୟିକା ପ୍ରମିଳା ମଲ୍ଲିକ ଯୋଗ ଦେଇଥିଲେ । ଏ ଅର୍ଥରେ ବାଲୁଗାଁ ଏନ୍ଏସିରେ ଗୋଟିଏ ଶୌଚାଳୟ, ଗୋଟିଏ ଓପନ ଜିମ୍ ଏବଂ ଅନ୍ୟ ୪ ଗୋଟି ପ୍ରକଳ୍ପ ନିମନ୍ତେ ୨୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣା ପଡ଼ିଛି । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଅତିରିକ୍ତ ଜିଲ୍ଲାପାଳ ମୋନୋଜ କୁମାର ପାଢ଼ୀ, ବାଲୁଗାଁ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here