!!! ଉଦଘାଟନ ଅପେକ୍ଷାରେ ବୈଦେଶ୍ଵର – ଗୋପୀନାଥପୁର ସଂଯୋଗୀ ଟି ସେତୁ !!!
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାତି ପାହିଲେ ଉଦଘାଟନ ହେବ ବୈଦେଶ୍ଵର – ଗୋପୀନାଥପୁର ସଂଯୋଗୀ ଟି ସେତୁ . ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି . ବାଙ୍କୀ ର ଗମନାଗମନ କ୍ଷେତ୍ରରେ ଯୋଡି ହେବ ଆଉ ଏକ ମାଇଲ ଖୁଣ୍ଟ . ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଯୋଗଦେଇ ସେତୁକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି . ତେବେ ସେତୁ ଉଦଘାଟନ ସମ୍ପର୍କୀତ ପ୍ରଚାର ବ୍ୟାନର କୁ ନେଇ ଜୋର ଧରିଛି ଆଲୋଚନା . ବାଙ୍କୀର ବିଭିନ୍ନ ସ୍ଥାନରେ ବାଙ୍କୀ ବିଜେଡି ତରଫରୁ ଲାଗିଥିବା ବ୍ୟାନର ରେ କଟକ ଲୋକସଭା ସାଂସଦ ତଥା ବିଜେଡିର ପୁରୁଖା ନେତା ଭର୍ତ୍ତୃହରି ମହତାବ ନଥିବା ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି . ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କର ଦୀର୍ଘ ଦିନର ପୋଷ୍ଟର ସାଥି ଭର୍ତ୍ତୃହରି ବାବୁ ଙ୍କର ଫଟୋ ବ୍ୟାନର ରେ ନଥିବା ଘଟଣାକୁ ସହଜରେ ବୁଝି ପାରୁ ନାହାନ୍ତି ରାଜନୀତି ସମୀକ୍ଷକ . ରାଜ୍ୟରେ ବିଜେଡି ଶାସନ ଆରମ୍ଭ ଦିନଠାରୁ ପ୍ରତ୍ୟେକ ନିର୍ବାଚନରେ ବାଙ୍କୀ ରେ ଲାଗିଥାଏ ଜଏଣ୍ଟ ପୋଷ୍ଟର . ତେବେ କଟକ ଜିଲ୍ଲାର ଏକ ପ୍ରମୂଖ କାର୍ଯ୍ୟକ୍ରମ ର ପୋଷ୍ଟରରେ କିପରି ଓ କାହିଁକି ସାଂସଦ ଅଲୋଡ଼ା ହୋଇ ପଡିଲେ ତାହା ଭିନ୍ନ ଦିଗକୁ ଇସାରା କରୁଛି .

