ଉଦଯାପିତ ହୋଇଯାଇଛି ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଢେଙ୍କାନାଳ ଚମ୍ପିଆନ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍କକ ଫତେଗଡ ନାଲିସାଗର ପଡିଆରେ ଚାଲିଥିବା ଦ୍ୱାଦଶ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ସୁର ପ୍ରତାପ ଢେଙ୍କାନାଳ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ରବିବାର ଦିନ ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ସୁର ପ୍ରତାପ ଢେଙ୍କାନାଳ ସହିତ ମଞ୍ଚେଶ୍ୱର କ୍ରିକେଟ କ୍ଲବ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଢେଙ୍କାନାଳ ଦଳ ୨୫ ଓଭରରେ ୬ଇଉକେଟ ହରାଇ ୨୫୩ ରନ କରିଥିଲା । ଦଳ ପକ୍ଷରୁ ମହମ୍ମଦ ସୁଲତାନଙ୍କ ୫୦ବଲରେ ଏଗାର ଗୋଟି ଛକା ଓ ନଅ ଗୋଟି ଚୈକା ସହ ୧୦୩ ରନ ସହାୟତାରେ ଦଳ ବିଶାଳ ସ୍କୋର କରିଥିଲା । ଜବାବରେ ମଞ୍ଚେଶ୍ୱର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ୨୩.୧ ଓଭରରେ ସମସ୍ତ ଇଉକେଟ ହରାଇ ୧୭୨ ରନ କରିଥିଲା । ମଞ୍ଚେଶ୍ୱର ୮୧ ରନରେ ପରାଜିତ ହୋଇ ରନର୍ସ ହୋଇଥିଲା । ଢେଙ୍କାନାଳ ଦ୍ୱାଦଶ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଛି । ମହମ୍ମଦ ସୁଲତାନ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ସମୟରେ ତନ୍ମେୟ ମହାନ୍ତି ମ୍ୟାନ ଅଫ ଦ ସିରିଜ ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି । ରନର୍ସ ମଞ୍ଚେଶ୍ୱର ଦଳକୁ ଟ୍ରଫି ସହିତ ୫୦ହଜାର ଟଙ୍କା ଓ ଚାମ୍ପିୟାନ ଢେଙ୍କାନାଳ ଦଳକୁ ଟ୍ରଫି ସହିତ ୭୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ଖେଳ ପରିଚାଳନା କରିଥିଲେ ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଦ୍ୱିଜେନ୍ଦ୍ର କୁମାର ଘୋଷ । ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ସରୋଜ କୁମାର ମହାପାତ୍ର ଓ ବୁବୁ ସିହ୍ନା । ସ୍କୋରର ସହାୟତା କରିଥିଲେ ପବିତ୍ର କୁମାର ସାହୁ ଓ ବିଭୂତି ଭୂଷଣ ସାହୁ । ମୁଖ୍ୟ ଅତିଥି ଭାବରେ ଖଣ୍ଡପଡା ବିଧାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିତେନ୍ଦ୍ର ରଣସିଂହ , ବେଣୁଧର ପ୍ରଧାନ, ମନୋଜ କୁମାର ପ୍ରଧାନ , ଯୁଧିଷ୍ଠିର ଖୁଣ୍ଟିଆ, ସୁଧି ରଞ୍ଜନ ପଣ୍ଡା , ଓଲିଉଡ ଅଭିନେତା ବାବୁସାନ ଓ ଅଭିନେତ୍ରୀ ଶୀତଲ ଉପସ୍ଥିତ ରହିଥିଲେ । ଗ୍ରାଣ୍ଡ ଫାଇନାଲ ମ୍ୟାଚ ଦେଖିବା ପାଇଁ ପ୍ରାୟ ତିରିଶ ହଜାରରୁ ଅଧିକ ଦର୍ଶକଙ୍କର ସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *