ସହିଦ ଙ୍କ ଫଟୋ ଧରି ଅନୁଗୁଳ ରୁ ପୁରୀ ପଦଯାତ୍ରା କରୁଛନ୍ତି କିନ୍ନର ଚିନ୍ମୟୀ ଦାସ !!!

0
194
Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟର ଜଣାଶୁଣା ସାମାଜିକ କର୍ମୀ , ଅନୁଗୁଳ ଜିଲ୍ଲା ଜରପଡା ର ବାସିନ୍ଦା ତଥା ଆୱାଜ ମିଡ଼ିଆ ର ଅନୁଗୁଳ ଜିଲ୍ଲା ପ୍ରତିନିଧି କିନ୍ନର ଚିନ୍ମୟୀ ଦାସ ଅନୁଗୁଳ ଠାରୁ ପୁରୀ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି . ତାଳଚେର ମାଟିର ବୀର ସହିଦ ରାଣପ୍ରତାପ ଦାସ ଙ୍କର ଚିତାଭସ୍ମ ଏବଂ ଫଟୋଚିତ୍ର ସାଙ୍ଗରେ ଧରି ପଦଯାତ୍ରା ଆରମ୍ଭ କରି ଅନୁଗୁଳ ରୁ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି . ତାମିଲନାଡ଼ୁରେ Mi 17 V5 ହେଲିକପ୍ଟର ଦୁର୍ଘଟଣା ରେ ସିଡିଏସ୍ ବିପିନ୍‌ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସେନା ଅଧିକାରୀଙ୍କ ମଧ୍ୟରେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବରେ କାର୍ଯ୍ୟରତ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ରାଣା ପ୍ରତାପ ଦାସ ସହିଦ ହୋଇଥିଲେ . ବିଗତ ଦିନରେ ସିଡିଏସ୍ ବିପିନ୍‌ ରାୱତ ଜଗନ୍ନାଥ ଧାମ ପୁରୀ ଆସିଥିବା ସମୟରେ ଆଉ ଠାରେ ପୁରୀ ଆସିବା ପାଇଁ ତାଙ୍କର ଇଛା ଥିଲା . ଏ ସମ୍ପର୍କରେ ଗଣମାଧ୍ୟମରୁ ସେବାୟତଙ୍କ ବକ୍ତବ୍ୟ ଆଧାରରେ ଜାଣିବା ପରେ ସାମାଜିକ କର୍ମୀ ଚିନ୍ମୟୀ ସିଡିଏସ୍ ବିପିନ୍‌ ରାୱତ ଏବଂ ନିଜ ଜିଲ୍ଲାର ସହିଦ ରାଣ ପ୍ରତାପ ଦାସ ଙ୍କ ଫଟୋ ଧରି ପୁରୀ ଅଭିମୁଖେ ବାହାରିଥିବା କଥା ପ୍ରକାଶ କରିଛନ୍ତି .

LEAVE A REPLY

Please enter your comment!
Please enter your name here