ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବାପା ମାଆ ଙ୍କୁ ନିଜର ପୁଅ ଝିଅ ମାନେ ବୋଝ ଭାବି ବୃଦ୍ଧାଶ୍ରମ ରେ ଛାଡି ପଳାଇ ଯାଉଥିବା ବେଳେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସିଦ୍ଧାର୍ଥ ଦାସ ଏହି ବୃଦ୍ଧା ମାନଙ୍କୁ ନିଜର କରିବା ପାଇଁ ପ୍ରୟାସ କରିଛନ୍ତି । ଡାକ୍ତର ସିଦ୍ଧାର୍ଥ ଦାସ ଏବଂ ତାଙ୍କ ପତ୍ନୀ ମୃଣାଳିନୀ ଦାସ ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ଯାଇ ଅନ୍ତେବାସୀ ଙ୍କୁ ଶୀତବସ୍ତ୍ର ବାଣ୍ଟିବା ସହିତ ସେମାନଙ୍କ ସହିତ ସୁଖଦୁଃଖ ବାଣ୍ଟି ନିଜର କରିବା ପାଇଁ ଚେଷ୍ଟା କରିଥିଲେ । ଅନ୍ତେବାସୀ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ତେବାସୀ ମାନେ ମଧ୍ୟ ଡାକ୍ତର ଦମ୍ପତି ଙ୍କୁ ପାଖରେ ପାଇ ବହୁତ ଖୁସି ହୋଇଥିଲେ । ସେମାନେ ନିଜ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ . ଡାକ୍ତର ଦମ୍ପତି ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ଦେଖିବା ସହିତ ରୋଗର ନିରାକରଣ ସମ୍ପର୍କରେ ବୁଝାଇ କହିଥିଲେ ।
ଡାକ୍ତର ସିଦ୍ଧାର୍ଥ ଦାସ ଙ୍କ ନିଆରା ପ୍ରୟାସ !!!

