ନୂଆଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ, ମାଳିସାହି, ଖଣ୍ଡୁଗାଁ, ଦୂରୁଁଦୁରା, ଢେଂକେଣl, ବଡ଼ଗୋଠ, ସିଙ୍ଗାରପଲ୍ଲୀ, ମହୀପୁର, ଗାତେରୀ, ପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ଦେଶପଲ୍ଲା ବିଧାୟକ ତଥା ନୟାଗଡ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା l ବିଧାୟକ ଙ୍କ ସହ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପଧକ୍ଷ୍ୟା ପୁଷ୍ପାଞ୍ଜଳି ସାହୁ , ଜ୍ଞାନେନ୍ଦ୍ର ପାଢ଼ୀ, ଲକ୍ଷ୍ମୀ ଦେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ . ସ୍ଥାନୀୟ ଅଞ୍ଚଳର ବହୁ ହିତାଧିକାରୀ ଏବଂ ଅନେକ ମା ମାଉସୀ ମାନେ ବିଧାୟକ ଙ୍କ ହାତରୁ କାର୍ଡ ଗ୍ରହଣ କରିଥିଲେ ll

Leave a Reply

Your email address will not be published. Required fields are marked *