ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଆଇନ ବିଭାଗରେ ଜାତୀୟ ସ୍ତରୀୟ କର୍ମଶାଳା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଜୁମ୍‌ ଆପ୍‌ ମାଧ୍ୟମରେ ଅନଲାଇନରେ ( Force Majeure Vis-a-Vis Covid 19) ବିଷୟକୁ ନେଇ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ମୁଖ୍ୟବକ୍ତା ଭାବରେ ଜାଭିୟର ଇନ୍‌ଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ , ଜାମେସେଦ୍‌ପୁର ର ଆଇନ୍‌ ବିଭାଗର ବରିଷ୍ଠ ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ି, ବିଶେଷ ବକ୍ତା ଭାବରେ ଯୋଗ ଦେଇଥିଲେ । ସ୍ନାତକୋତ୍ତର ଆଇନ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ, ଅଭିସ୍ପା ମହାନ୍ତି, ତନ୍ମୟ ପଟ୍ଟନାୟକ ମଧ୍ୟ କର୍ମଶାଳାରେ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ । କର୍ମଶାଳା ଆରମ୍ଭରେ ଡ. ଝରାଶ୍ରୀ ପାଇକରାଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ପରେ ପରେ ସ୍ନାତକୋତ୍ତର ଆଇନ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ କର୍ମଶାଳା ବିଷୟରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ କର୍ମଶାଳାର ଏକମାତ୍ର ଓ ବିଶେଷ ଅତିଥି ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ିଙ୍କ ବିଷୟରେ ପରିଚୟ ପ୍ରଦାନ କରିଥିଲେ। ପରେପରେ ପ୍ରଫେସର ପାଢ଼ି ନିଜର ସ୍ବତନ୍ତ୍ର ଢ଼ଙ୍ଗରେ ପି.ପି.ଟି ମାଧ୍ୟମରେ ଖୁବ୍‌ ଆକର୍ଷଣର ସହିତ କର୍ମଶାଳାରେ ଆଇନ୍‌ ଛାତ୍ରଛାତ୍ରୀ, ଆଇନ୍‌ ଶିକ୍ଷକ, ଗବେଷକ, ସମାଜସେବୀ ଓ ବିଭିନ୍ନ ବିଭାଗରୁ କର୍ମଶାଳାରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଦୀର୍ଘ ଏକ ଘଣ୍ଟା ଧରି ବାନ୍ଧି ରଖିଥିଲେ। ସେ ଅନେକ ସୁନ୍ଦର ଓ ଚିତାକର୍ଷକ ଉଦାହରଣ ମାଧ୍ୟମରେ କଣ୍ଟ୍ରାକ୍‌ ଆଇନ, ଫୋର୍ସ ମେଜର, କୋଭିଡ-୧୯ ପ୍ରଭାବ, ସମ୍ପର୍କ ଓ ଏହାର ଆଇନ୍‌ ଗତ ଦିଗ ଉପରେ ଆଲୋଚନା କରିଥିଲେ । ଶେଷରେ ପ୍ରଶ୍ନପତ୍ର ଆଲୋଚନା ଓ ଅନୁଷ୍ଠାର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଉତ୍କଳ ବିଶ୍ବବିଦ୍ୟାଳୟ ବ୍ୟତିତ ଓଡ଼ିଶାର ଅନ୍ୟ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ , ଗବେଷକ, ବିଷେଶ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମର ପରିଚାଳନା ଓ ତଦାରଖ କରିଥିଲେ ।

Leave a Reply

Your email address will not be published. Required fields are marked *