ପଠାଣି ସାମନ୍ତ କଲେଜରେ କଳା ସ°ସ୍କୃତି ଅଭିବୃଦ୍ଧି ଓ ପ୍ରସାର କାର୍ଯ୍ୟକ୍ରମ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ବାଇଗୁଣୀଆ ପଠାଣି ସାମନ୍ତ କଲେଜରେ ଦୟାଜ୍ୟୋତି ଆନୁକୂଲ୍ୟରେ କଳା ସ°ସ୍କୃତି ଅଭିବୃଦ୍ଧି ଓ ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାଂସ୍କୃତିକ ଅନୁଷ୍ଠାନ “ଦୟା ଜ୍ୟୋତି” ମିଳିତ ଭାବରେ ମହାବିଦ୍ୟାଳୟ ମାନଙ୍କରେ ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଏବଂ ପ୍ରସାର କାର୍ଯ୍ୟକ୍ରମ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଅଛି । ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ପ୍ରବୀଣ କଳାକାର ମାନଙ୍କ ମଧୁରତାନ ମାଧ୍ୟମରେ ପାରମ୍ପରିକ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ ଖୁବ୍ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇଥିଲା .

ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଏବଂ ପ୍ରସାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଂପ୍ରଦାୟିକତା ଓ ଆଞ୍ଚଳିକତା ଭାବର ଉର୍ଦ୍ଧ୍ବରେ ରହି ଛାତ୍ରଛାତ୍ରୀମାନେ ନିଜକୁ କିପରି ଦେଶର ଏକ ସୁନାଗରିକ ଭାବରେ ପ୍ରତିଷ୍ଠିତ କରି ମାନବିକ ମୂଲ୍ୟବୋଧର ଉତଥାନ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଅଭିବୃଦ୍ଧିରେ କିପରି ବିଶେଷ ଭାବରେ ସହାୟକ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପକ ଭାଗୀରଥି ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ସାହୁ, ଅଧ୍ୟାପକ ବିରଞ୍ଚି ନାରାୟଣ ଶତପଥି, ଡ଼.ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *