୪୨ ମୌଜାର ବରପୁତ୍ର ସହିଦ୍ ରଘୁ ସର୍ଦ୍ଦାରଙ୍କ ତୈଳଚିତ୍ର ଉନ୍ମୋଚିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ର ନୃସିଂହ ଆନନ୍ଦ ପୂଜ୍ୟ ପୂଜା ଭବନ ରେ ସହିଦ୍ ରଘୁ ସର୍ଦ୍ଦାର (୧୮୯୨-୧୯୪୭) ଙ୍କ ଅମ୍ଳାନ ସ୍ମୃତି ଉଦ୍ଧେଶ୍ୟରେ ଏକ ସ୍ମୃତି ଚାରଣ ସଭା ଏବଂ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠାନର ସଭାପତି ସମାଜସେବୀ ଇ°.ଅଶୋକ କୁମାର ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସହିଦ୍ ରଘୁ ସର୍ଦ୍ଦାରଙ୍କ ସୁପୁତ୍ର ଡାକ୍ତର ବିଶ୍ଵନାଥ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା ସରୋଜ ନଳିନୀ ପରିଜା, ବିନୋଦ ବିହାରୀ ବେହେରା, ଉର୍ମିଳା ମହାନ୍ତି, ପ୍ରଭାତ କୁମାର ଖଟୁଆ, ବୁଲେଇ ବେହେରା, ରାମଚନ୍ଦ୍ର ଗୋଚ୍ଛାୟତ, ନଟବର ବେହେରା, ଉପେନ୍ଦ୍ର ବାରିକ, ଘନଶ୍ୟାମ ମଲ୍ଲିକ, ପ୍ରକାଶ ମହାନ୍ତି, ପ୍ରସନ୍ନ କୁମାର ବେହେରା, ଶୁଭେନ୍ଦୁ ମହାପାତ୍ର, ସାଗର ବେହେରା, ଆଶିଷ ମହାନ୍ତି, ଆଶିଷ ବେହେରା, ବାଦଲ ମହାନ୍ତି, ଶ୍ରାବନ୍ତିକା ମହାନ୍ତି, ହରିବନ୍ଧୁ ଆଚାର୍ଯ୍ୟ, ପ୍ରଦୀପ ପଟ୍ଟନାୟକ ଓ ଅସୀମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ସଭା ପରିଚାଳନା କରିଥିଲେ । ସମ୍ପାଦକ ତଥା ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *