ବାଣପୁର ଥାନାରେ ନୂତନ ଅତିରିକ୍ତ ଥାନାଧିକାରୀ ଭାବେ ଯୋଗଦେଲେ କାହ୍ନୁ ଚରଣ ସ୍ୱାଇଁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଅତିରିକ୍ତ ଥାନାଧିକାରୀ ଭାବେ କାହ୍ନୁ ଚରଣ ସ୍ୱାଇଁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ସ୍ୱାଇଁ ଏହା ପୂର୍ବରୁ କଳାହାଣ୍ଡି ଡ଼ିଆଇବିରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ନିକଟରେ ଶ୍ରୀ ସ୍ୱାଇଁଙ୍କର ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଥିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କୁ ବାଣପୁର ଥାନାର ଅତିରିକ୍ତ ଥାନାଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ବାଣପୁର ଖୋର୍ଦ୍ଧା ଜିଲ୍ଲାର ବଡ଼ ଏବଂ ବ୍ୟସ୍ତ ବହୁଳ ଥାନା ହୋଇଥିବା ବେଳେ କାର୍ଯ୍ୟଭାର କମାଇବା ଉଦ୍ଦେଶ୍ୟରେ ଶ୍ରୀ ସ୍ୱାଇଁଙ୍କୁ ଏଠାରେ ଅତିରିକ୍ତ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *