ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ ଡାକୁଆ : ନୟାଗଡ଼ ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ର ରଞ୍ଜିଗିରି ପାହାଡର ଉନ୍ନତିକରଣ ପାଇଁ ନୟାଗଡ଼ ଜିଲା B J D ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରତିଶୃତି ଦେଇଛନ୍ତି l ବିଧାୟକ ଶ୍ରୀ ବେହେରା ଆଜି ମାଳିସାହି ଲୋକମାନଙ୍କ ସହ ରଞ୍ଜିଗିରି ପାହାଡକୁ ଗସ୍ତକରିଥିଲେ l ସେଠାରେ ସୁନ୍ଦର ଘଂଚ ଜଙ୍ଗଲ ପାହାଡ ମଧ୍ୟରେ ସବୁଜିମା ଭରିରହିଛି l ପାହାଡ ଉପରେ ହନୁମାନ ମନ୍ଦିର ଟିଏ ରହିଥିବା ବେଳେ ପାହାଡ ଉପରୁ ସୁନ୍ଦର ଝରଣା ଟିଏ ଖରା ବର୍ଷା ଝର ଝର ହୋଇ ବହିଯାଉଛି l ମାଳିସାହି ପଞ୍ଚାୟତ ର ଲୋକମାନେ ବିଧାୟକ ଙ୍କୁ ଅନୁରୋଧ କରିବାରୁ ବିଧାୟକ ରଞ୍ଜିଗିରି ପାହାଡକୁ ଯାଇ ଭଲ ଭାବେ ବୁଲି ଦେଖିଲେ ଏବଂ ମନ୍ଦିରକୁ ରାସ୍ତା ନିର୍ମାଣ କରିବା ପାଇଁ ତୁରନ୍ତ ଚେଷ୍ଟା କରିବେ ବୋଲି କହିଥିଲେ l ସେ ଜାଗାକୁ କିପରି ବିକଶିତ କରାଯିବ ଏବଂ ପର୍ଯ୍ୟଟନସ୍ଥଳୀ ଭଳି ଲୋକାଭିମୁଖି ହୋଇପାରିବ ସେ ବାବଦରେ ନିଶ୍ଚିତ ଚେଷ୍ଟା ଜାରିରହିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ l ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପlଧକ୍ଷ୍ୟା ପୁଷ୍ପାଞ୍ଜଳି ସାହୁ , ନୟାଗଡ଼ ବନଖଣ୍ଡ ଅଧିକାରୀ, ଦିଲ୍ଲୀପ ଦଳବେହେରା ଏବଂ ମାଳିସାହି ପଞ୍ଚଯାତ ର କିଛି ଲୋକ ଉପସ୍ଥିତ ଥିଲେ l