ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଅନୁରୂପ ଭାବେ ଚିଲିକା କୂଳରେ ଚିଲିକା ବ୍ଲକ ଅନ୍ତର୍ଗତ ୧୭ ଟି ପଞ୍ଚାୟତ ସମେତ ବାଲୁଗାଁ ଓ ବାଣପୁର ଏନ୍ଏସିରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଯାହା ଫଳରେ ସାଧାରଣ ଜନତା ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ଦିନ ତମାମ କୋହୋଲା ପବନ ସାଙ୍ଗକୁ ସକାଳ ଏବଂ ସଞ୍ଜରେ ମାତ୍ରାଧିକ ଶୀତ ଅନୁଭୂତ ହେଉଛି । ସକାଳ ସମୟରେ ଆକାଶ କୁହୁଡିରେ ଆଛାଦିତ ରହୁଥିବା ବେଳେ ସନ୍ଧ୍ୟା ସମୟରେ ପ୍ରବଳ ଥଣ୍ଡା ହେତୁ ବଜାର ଘାଟ ଖାଁ ଖାଁ ରହୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜାଳି ଲୋକେ ନିଆଁ ପୋଉଁଛନ୍ତି । ଏପରିକି ପ୍ରବଳ ଶୀତ ପ୍ରକୋପରେ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି ।