କାହା ଇଙ୍ଗିତରେ ଚାଲିଛି ବିନା ବିଜ୍ଞାପନରେ ନିଯୁକ୍ତି ???

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ବେଆଇନ ନିଯୁକ୍ତି ପାଇଁ ପ୍ଲାର୍ଟଫର୍ମ ପାଲଟିଛି ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ । ବିଗତ ଦିନରେ ବାଙ୍କୀ ଏନ୍ ଏ ସି, ବାଙ୍କୀ କଲେଜ, ମହିଳା କଲେଜ, ପାନୀୟ ଜଳ ଯୋଗାଣ ବିଭାଗ ପରେ ଏବେ ବେଆଇନ ନିଯୁକ୍ତିର ନୂଆ ହବ ପାଲଟିଛି ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ . ଆଗକୁ ଥିବା ପୌର ନିର୍ବାଚନ କୁ ଆଖିରେ ରଖି ଚାଲିଛି ବିନା ବିଜ୍ଞାପନ ରେ ବେଆଇନ ନିଯୁକ୍ତି । ବାଙ୍କୀ ନିର୍ବାଚନ ମଣ୍ଡଳୀରେ ସମବାୟ ବ୍ୟାଙ୍କ ସମୂହ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଥିଲେ ସୁଦ୍ଧା , ରାଜନୈତିକ ଚାପ କାରଣରୁ ବିଭାଗ ହୋଇପଡିଛି ନାଚାର . କେନ୍ଦ୍ର ସମବାୟ ବ୍ୟାଙ୍କ ର ସମ୍ପାଦକ ଙ୍କୁ କାହା ଇଙ୍ଗିତରେ ନିଯୁକ୍ତି କରାଯାଇଛି , ସେ ନେଇ ଜୋର ଧରିଛି ଚର୍ଚ୍ଚା ଆଲୋଚନା । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ବିଧିବଦ୍ଧ ଭାବରେ ବିଜ୍ଞାପନ ପ୍ରକାଶ କରି ପଦବୀ ପୂରଣ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ସୁଦ୍ଧା ନେତାଙ୍କ ଇସାରାରେ ଅଧିକାରୀ କରୁଛନ୍ତି ମନମୁଖୀ କାରବାର . ବିନା ବିଜ୍ଞାପନରେ ନିଯୁକ୍ତି କାରଣରୁ ଉଚ୍ଚ ଶିକ୍ଷିତ ଯୋଗ୍ୟ ଆବେଦନକାରୀ ବାଦ ପଡୁଥିବା ବେଳେ ସମବାୟ ବ୍ୟାଙ୍କ ପାଲଟିଛି ଶାସକ ଦଳ ସମର୍ଥକ ମାନଙ୍କ ପିଲାଙ୍କ ଥଇଥାନ କେନ୍ଦ୍ର .

Leave a Reply

Your email address will not be published. Required fields are marked *