ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି । କଟକଣା ମଧ୍ୟରେ କେତେକ କାମକୁ ମିଳିଛି ସାମୟିକ ଅନୁମତି , ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ । ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ ।
ଲକ ଡାଉନ ଅବଧି ଭିତରେ , ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍ଡାଉନ୍ କଟକଣା ବଳବତ୍ତର ରହିବ । ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ । ବସ୍ ଚଳାଚଳ ବନ୍ଦ ରହିବ । ଫଳ ଦୋକାନ, ପନିପରିବା, ମାଛମାଂସ ଦୋକାନ ଲକ୍ଡାଉନ୍ ସମୟରେ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । ରାଜ୍ୟରେ କରୋନା ଦ୍ଵିତୀୟ ଲହରୀର ଭୟାବହତା ବଢି ଚାଲିଥିବା ବେଳେ , ସ୍ଥିତି ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲକ ଡାଉନ ଜରୁରୀ ଥିଲା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା .