କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : କଟକରେ ଓଡ଼ିଶା ମୋ ପରିବାର ପକ୍ଷରୁ କରୋନା ମୃତକଙ୍କ ନିଶୁଳ୍କ ଶବ ସତ୍କାର ବ୍ୟବସ୍ଥା କରାଯାଇଛି . ଚୌଦ୍ଵାର ଶାଳଗାଁ ଅଂଚଳର ଚନ୍ଦ୍ରମୋହନ ଚୌଧୁରୀ (୫୫ ବର୍ଷ) ଓ କଟକ ଶଙ୍କରପୁର ଅଂଚଳର ଭାସ୍କର ଜେନା (୫୨ ବର୍ଷ) ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଆଇସୋଲେସନ୍ ବିଭାଗରେ ମୃତ୍ୟୁବରଣ କରିଥିବା ବେଳେ ଓଡ଼ିଶା ମୋ-ପରିବାର ପକ୍ଷରୁ ତାଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ମାଧ୍ୟମରେ କାଳିଆବୁଦା ଶ୍ମଶାନକୁ ଅଣାଯାଇ ଯଥାବିଧି ଶବ ସତ୍କାର କରାଯାଇଛି . ମୃତକଙ୍କ ପରିବାରକୁ ଓଡିଶା ମୋ ପରିବାର ତରଫରୁ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଇଛି।