ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ (ଜାତୀୟ ସେବା ଯୋଜନା) ତରଫରୁ ସାତ ଦିନିଆ କ୍ୟାମ୍ପ କେରାଣ୍ଡି ଗ୍ରାମରେ ଚାଲୁ ରହିଥିବା ବେଳେ ଆଜି ଚତୁର୍ଥ ଦିନ ରେ ସ୍ୱତନ୍ତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି . ଏଥିରେ ପଥପ୍ରାନ୍ତ ନାଟକ ସମାଜ ସଚେତନତା ସହ କରୋନା ସଚେତନତା ଓ ଓମିକ୍ରନ ଏବଂ ବାଲ୍ୟ ବିବାହ କୁ ବିରୋଧ କରି ବିଭିନ୍ନ ନାଟକ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ ମାନେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଭଜମନ ବେହେରା, ବାଣିଜ୍ୟ ବିଭାଗ ର ଅଧ୍ୟାପକ ଧୃବ ଚରଣ ସେଠୀ, ଜାତୀୟ ସେବା ଯୋଜନା ର ସଂଯୋଜକ ଡ଼ ବୈଦ୍ୟନାଥ ଦାଶ ଏବଂ ବାଳିକା ବିଭାଗ ର ସଂଯୋଜିକା ଡ଼ କିରଣ ବାଳା ଭୁୟାଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥି ମାନେ ଜାତୀୟ ସେବା ଶିବିର ର ଲକ୍ଷ୍ୟ , ମହତ୍ତ୍ଵ , ଉଦ୍ଦେଶ୍ୟ ଓ ସେବା ସମ୍ଫର୍କରେ ଆଲୋକପାତ କରିଥିଲେ । ଏହିପରି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ସ୍ୱାଗତ କରିଥିଲେ ।
କେରାଣ୍ଡି ଗ୍ରାମରେ ଏନଏସଏସ ର ସ୍ୱତନ୍ତ୍ର ସେବା ଶିବିର !!!

