ରାମ୍ପିଲ ଠାରେ ବିଜୁ ଜନତା ଦଳ ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାନଗଦି ବ୍ଳକ ଅଧିନସ୍ଥ ଓଲ୍ଲଲ ପଞ୍ଚାୟତ ଅନ୍ତର୍ଗତ ରାମ୍ପିଲ ଗ୍ରାମଠାରେ ବିଜୁ ଜନତା ଦଳର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଦାନଗଦି ବ୍ଳକ ତରଫରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗ ଦେଇଥିଲେ । ଏହି ସଭାରେ ଯାଜପୁର ଜିଲ୍ଲା ବିଜେଡ଼ି ଉପ-ସଭାପତି ପବିତ୍ର ମହାପାତ୍ର , ୮ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି , 9 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲଷ୍ମୀ ରାଉତ, 10 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ସମାଲ, ଦାନଗଦି ବ୍ଳକ ର ଯୁବ ବିଜେଡ଼ି ର ସଭାପତି ଜୟପ୍ରକାଶ ସାହୁ, ଦାନଗଦି ବ୍ଳକର ସଭାପତି ଦିଲ୍ଲୀପ ନାୟକ , 23 ଗୋଟି ପଞ୍ଚାୟତର ବିଜେଡ଼ିର ସଭାପତି ଓ ଅନ୍ୟ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *