ଚିକିତ୍ସିତ ଯବାନ ରକ୍ତ କର୍କଟରେ ମୃତ : ଗ୍ରାମରେ ପହଞ୍ଚିଲା ପାର୍ଥିବ ଶରୀର !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ସଦର ବ୍ଲକ ଅନ୍ତର୍ଗତ ଅର୍ଜ୍ଜୁନପୁର ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ପୁତ୍ର ପ୍ରକାଶ କୁମାର ବେହେରା ବି.ଏସ.ଏଫ୍ ଯବାନ ଭାବେ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଠାରେ କାର୍ଯ୍ୟରତ ରହିଥିଲେ । ସେ ଦୁଇ ବର୍ଷ ଧରି ରକ୍ତ କର୍କଟ ରୋଗରେ ପୀଡିତ ହୋଇ କୋଲକତାସ୍ଥିତ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ପିତା କାହ୍ନୁଚରଣ ବେହେରା ନିଜର ପୁତ୍ର ପାଇଁ ବହୁ ଅର୍ଥ ଖର୍ଚ୍ଚ କରିସାରିଥିଲେ ମଧ୍ୟ ପ୍ରକାଶ କୁମାର ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା , ଶେଷରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ ନିଜ ଗ୍ରାମରେ ତାଙ୍କର ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *