ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମରେ ଶୀତବସ୍ତ୍ର (କମ୍ବଳ) ବିସ୍ଳୃଟୁ ,ମାକ୍ସ ପ୍ରଦାନ କରାଯାଇଛି । ଏହି ଶୀତବସ୍ତ୍ର ଗରୀବ ,ନିରାଶ୍ରୟ ମାନଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ସମାଜସେବୀ ମୁକେଶ ରାଉତ ଙ୍କ ପ୍ରମୁଖ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନମଙ୍ଗଳ ପରିଷଦର ସଭାପତି ଅଲେଖ ଜେନା, ସମ୍ପାଦକ ନିରଞ୍ଜନ ସାହୁ , ପ୍ରଭୂ ପଡ଼ିଆରୀ, ସର୍ବେଶ୍ୱର ସାହୁ ପ୍ରମୂଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଜନମଙ୍ଗଳ ପରିଷଦ ପକ୍ଷରୁ ଦୁଲଣାପୁର ଗ୍ରାମରେ ଶୀତବସ୍ତ୍ର ବଣ୍ଟନ !!!

