ଦଳୀୟ କାର୍ଯ୍ୟକ୍ରମ ପାଇଁ କର୍ମୀ ଯୋଗାଡ କରୁଛନ୍ତି ବାଙ୍କୀ ବ୍ଲକ ସି.ଡି.ପି.ଓ !!!

Spread the love

!!! ଅଙ୍ଗନୱାଡି କର୍ମୀ ଦେଲେ ବୟାନ, କାର୍ଯ୍ୟାନୁଷ୍ଠାନ ଦାବି !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ରାଜନୈତିକ ଉଷ୍ମତା ଧିରେ ଧିରେ ବଢ଼ିବାକୁ ଲାଗିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ କର୍ମୀ ଯୋଗାଡରେ ଲାଗିପଡିଛନ୍ତି ଦଳୀୟ ନେତୃବୃନ୍ଦ । କିନ୍ତୁ ଦଳୀୟ କାର୍ଯ୍ୟକ୍ରମ ପାଇଁ ବାଙ୍କୀ ବ୍ଲକ ସି.ଡି.ପି.ଓ ରୂପାଲି ମିତ୍ର ଖୁଲମ୍ ଖୁଲା ଭାବେ କର୍ମୀ ଯୋଗାଡରେ ଲାଗି ପଡିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଖୋଦ୍ ଆଶା ଏବଂ ଅଙ୍ଗନୱାର୍ଡି କର୍ମୀମାନେ । ଆଶା ଏବଂ ଅଙ୍ଗନୱାର୍ଡି କର୍ମୀ ମାନଙ୍କୁ ବିିଭିନ୍ନ ଗାମର ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ରାଜନୈତିକ ସମାବେଶକୁ ନେଇ ଫଟୋ ଉଠାଇ ପଠାଇବା ପାଇଁ ସିଡିପିଓ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଯାହାକୁ ନେଇ ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହୋଇ କିଭଳି ଭାବେ ରାଜନୈତିକ କାର୍ଯ୍ୟକ୍ରମରେ କର୍ମୀ ଯୋଗାଡରେ ନିଜକୁ ସାମିଲ କରିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଙ୍କୀ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଗ୍ରାମ ପଞ୍ଚାୟତରେ ବିଜୁ ଜନତାଦଳ ପକ୍ଷରୁ ଏକ କର୍ମୀ ସମ୍ମଳିନୀ ଅନୁଷ୍ଠିତ ହୋଇଥିବା ବେଳେ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ମିଶ୍ରଣ ପର୍ବ ମଧ୍ୟ ଆୟୋଜନ କରାଯାଇଥିଲା । ଏହି କର୍ଯ୍ୟକ୍ରମରେ ଦଳୀୟ ନେତାଙ୍କ ସହିତ ଛାମୁଆ କର୍ମୀମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହିଥିଲେ । କର୍ମୀ ସମ୍ମିଳନୀ ସ୍ଥଳକୁ ମହିଳା ମାନଙ୍କୁ ନେବା ପାଇଁ ବାଙ୍କୀ ବ୍ଲକ ସିଡିପିଓ ପଞ୍ଚାୟତର ସମସ୍ତ ଅଙ୍ଗନୱାର୍ଡି କର୍ମୀ ଏବଂ ଆଶାମାନଙ୍କୁ ତାଗିଦା କରିଥିବା ବେଳେ ବିନା ଡ୍ରେସକୋର୍ଡରେ ଯିବା ପାଇଁ ପ୍ରକାଶ କରିଥିଲେ । ନହେଲେ ସେମାନଙ୍କ ଦରମା ବନ୍ଦ କରିବେ ବୋଲି ଧମକ ଦେଇଥିବା କିଛି ଅଙ୍ଗନୱାର୍ଡି କର୍ମୀ ପ୍ରକାଶ କରିଛନ୍ତି । ବାଉଁଶପୁର ଗ୍ରା.ପ. ମଣିପୁର ଅଙ୍ଗନୱାଡି କର୍ମୀ ରେଖାପତି, ଗୌଡ଼ପଦା ଅଙ୍ଗନୱାଡିକର୍ମୀ ସୁଷମା ପ୍ରଧାନ, ଢ଼େଗୁଆ ବରପୁଟ ଅଙ୍ଗନୱାଡି କେନ୍ଦ୍ର କର୍ମୀ ଦମୟନ୍ତୀ ପତ୍ରି, ପାଳପୁଟରେ ଥିବା ଦୁଇଗୋଟି ଅଙ୍ଗନୱାଡିକେନ୍ଦ୍ରର କର୍ମୀ ସ୍ୱାଧୀନା ରାଉତ, ପ୍ରମିଳା ବିଶ୍ୱାଳ, ମଧୁପୁର ଖଜୁରୀପଦା ଅଙ୍ଗନୱାଡିକେନ୍ଦ୍ରର କର୍ମୀ ସୁବାସିନୀ ପଣ୍ଡା, ବାଉଁଶପୁଟ ଅଙ୍ଗନୱାଡିକେନ୍ଦ୍ରର କର୍ମୀ କୁନ୍ତଳାପଣ୍ଡା, ଲକ୍ଷ୍ମୀପ୍ରିୟା ଜେନାଙ୍କ ସମେତ ସମସ୍ତ ଅଙ୍ଗନୱାଡିକେନ୍ଦ୍ରର ସହାୟିକାମାନେ ଯୋଗଦେଇଥିଲେ । ସେହିପରି ଆଶାକର୍ମୀ ପାର୍ବତୀ ସାହୁ, ତୋଫାନୀ ପରିଡା ମଧ୍ୟ ଅଙ୍ଗନୱାଡିକର୍ମୀଙ୍କ ନିର୍ଦ୍ଦେଶରେ ଉପସ୍ଥିତ ରହିଥିବା ଦେଖାଯାଇଥିଲା । ଭାରତୀୟ ସମ୍ବିଧାନ ଆଇନଅନୁସାରେ ସରକାରୀ କର୍ମଚାରୀମାନଙ୍କୁ ରାଜନୈତିକ କାର୍ଯ୍ୟକ୍ରମକୁ ଦୂରରେ ରଖାଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଶାସନରେ ସ୍ୱଚ୍ଛତା ଆଣିବା ପାଇଁ ୫ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କିନ୍ତୁ ବାଙ୍କୀ ବ୍ଲକରେ ସି.ଡି.ପିଓ ଏବଂ ତାଙ୍କ ନିର୍ଦ୍ଦେଶରେ ଅଙ୍ଗନୱାଡିକର୍ମୀମାନେ କର୍ମୀଯୋଗାଡ ଏବଂ କର୍ମୀହୋଇ ରାଜନୈତିକ ସମାବେଶରେ ଦଳିୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏନେଇ ଜନ ଆକ୍ରୋଶ ସୃଷ୍ଟି ହେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *