ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ନିର୍ମଳା ପ୍ଲାଜା ପରିସରରେ ଯୁବ ସମାଜସେବୀ ମଜହର ଅଶ୍ରଦ ଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ପୂର୍ବତନ ରୋଟାରୀ ଗଭର୍ଣ୍ଣର୍ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ଉତ୍କଳ ବିକାଶ ଯୁବ ପରିଷଦ ସଭାପତି ଦେବୀ ପ୍ରସାଦ ପୃଷ୍ଟି, ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ, ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର , ବିଶିଷ୍ଟ ସମାଜସେବୀ ମହମ୍ମଦ ଅତହର୍ ଅଲ୍ଲୀ, ମହମ୍ମଦ ମୋତ୍ହର ଅଶ୍ରଦ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବିଭୂତି ଭୂଷଣ ସାହୁ,ଚନ୍ଦ୍ରକାନ୍ତ ଭୋଇ, ନାରାୟଣ ବେହେରା, ମହମ୍ମଦ ଅଝର୍ ଅଶ୍ରଦ ,ପ୍ରଜକ୍ତା ଦାସ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଶିବିରରୁ ୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ମହମ୍ମଦ ମଜହର ଅଶ୍ରଦ ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର !!!

