ଆଡଚେର ଗାଁ ରେ ଭୟାବହ ଅଗ୍ନିକାଣ୍ଡ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆଡଚେର ଗାଁ ରେ ଭୟାବହ ଅଗ୍ନିକାଣ୍ଡ, ଧ୍ବଂସ ହୋଇଗଲା ୨ ବଖରା ଘର ସହ ଗାଇ ଗୁହାଳ ! ଘଟଣାସ୍ଥଳ ରେ ପହଂଚି ସ୍ଥିତି ଅନୁଧ୍ୟାନ କଲେ ବ୍ଳକ ଅଧକ୍ଷ ଓ ତହସିଲଦାର ! ସୂଚନା ଅନୁସାରେ ନୟାଗଡ଼ ସଦର ବ୍ଳକ କାଳିକାପ୍ରସାଦ ପଞ୍ଚାୟତ ଆନ୍ତର୍ଗତ ଆଡଚେର 14 ନମ୍ବର ୱାର୍ଡ଼ ମେମ୍ବର ଜିତେନ୍ଦ୍ର ମହାନ୍ତି ଙ୍କ ଘରେ ବୁଧବାର ବିଳମ୍ବିତ ରାତି 2ଟା ସମୟ ରେ ସଟସର୍କିଟ ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ! ନିଆଁ ଲାଗିବା ମାତ୍ରେ ଜିତେନ୍ଦ୍ର ଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକ ଲିଭାଇବାକୁ ଚେଷ୍ଟା କରିଥିଲେମଧ୍ୟ ଲିଭାଇ ପାରିନଥିଲେ, ଖବର ପାଇ ଘଟଣାସ୍ଥଳ ରେ ନୟାଗଡ଼ ଅଗ୍ନିଶମ ବିଭାଗ ର କର୍ମଚାରୀ ପହଂଚି ଦେଢ଼ଘଣ୍ଟା ପରିଶ୍ରମ ପରେ ନିଆଁ କୁ ଆୟତ କରିଥିଲେ, ଅଗ୍ନି କାଣ୍ଡ ରେ ଜିତେନ୍ଦ୍ର ଙ୍କ ଗୋଟିଏ ଗାଇ, 2 ଟି ମେଣ୍ଢା ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଗୋଟିଏ ମଟର ସାଇକେଲ ପୋଡି ଯାଇଛି ଓ ଦୁଇଟି ଗାଇ ଗୁରୁତର ଆହାତ ହୋଇଛନ୍ତି ! ଘରେ ଥିବା ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି, ଖବର ପାଇ ସଖାଳୁ ନୟାଗଡ଼ ବ୍ଳକ ଅଧକ୍ଷ କିଶୋରଚନ୍ଦ୍ର ସାହୁ, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପହଂଚି ସରକାରଙ୍କ ତରଫରୁ ତତ୍କାଳ ଜରିପାଲ,ଯୋଗାଇ ଦିଆ ଯାଇଥିବା ବେଳେ ଯଥା ଶୀଘ୍ର ଜିତେନ୍ଦ୍ର ପରିବାରକୁ କ୍ଷତି ପୂରଣ ଯୋଗାଇ ଦିଆଯିବ ଵୋଲି ପ୍ରତିଶୃତି ଦିଆ ଯାଇଛି ! ସ୍ଥାନୀୟ ଜିଲା ପରିଷଦ ସରୋଜ କୁମାର ରଣସିଂ, ସରପଞ୍ଚ ଓ ସମିତି ସଭ୍ୟା ପହଂଚି ଜିତେନ୍ଦ୍ର ଙ୍କୁ ସମବେଦନା ଜଣାଇଛନ୍ତି !

Leave a Reply

Your email address will not be published. Required fields are marked *