ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚର୍ଚ୍ଚିତ ଘଟଣାରେ ଯୋଡିହୋଇ ବିବାଦିତ ରହୁଥିବା ବିଜେଡି ନେତା ପ୍ରଭାତ ତ୍ରିପାଠୀ ପୁଣି ଟାଣି ହୋଇଛନ୍ତି ବିବାଦ ଘେରକୁ . ବାଙ୍କୀର ଏହି ପୂର୍ବତନ ବିଧାୟକଙ୍କ ଅଶ୍ଳୀଳ ଭାଷା ରେ ନାରୀଶକ୍ତିଙ୍କୁ ଗାଳି ଗୁଲଜ କରି ଆଡୁଆରେ ପଡିଛନ୍ତି , କ୍ଷମା ପାର୍ଥନା ପାଇଁ ମହାସଂଘ କଲା ଦାବି . ନଚେତ ରାଜରାସ୍ତାରେ ନିଆଁ ଜଳିବ ବୋଲି ଦେଇଛନ୍ତି ଚେତାବନୀ . ମା କୁ ସମ୍ମାନ ନାରା ଦେଉଥିବା ରାଜ୍ୟ ସରକାରଙ୍କ ଦଳୀୟ ନେତାଙ୍କର ଏପରି ଆଚରଣକୁ ନେଇ ସଚେତନ ମହଲରେ ଚାପା ଗୁଞ୍ଜରଣ ଦେଖିବାକୁ ମିଳିଛି .

ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ମହଙ୍ଗା ପଡିଛି ବାଙ୍କୀର ପୁର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଙ୍କୁ . ନ୍ୟାୟ ପାଇଁ ତାତିଲେ ଶତାଧିକ ମହିଳା ସ୍ୱୟଂ ସହାୟକ ସଦସ୍ୟା . ଉତ୍ତ୍ୟକ୍ତ ହୋଇ ଏନଏସି କାର୍ଯ୍ୟାଳୟକୁ କଲେ ଘେରାଉ . ଯଦି ପୂର୍ବତନ ବିଧାୟକ କ୍ଷମା ନ ମାଗନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତା ରେ ନିଆଁ ଜଳିବ ବୋଲି ମହାସଂଘ ପକ୍ଷରୁ ଦିଆଗଲା ରୋକଠୋକ ଚେତାବନୀ . ସୂଚନା ଥାଉକି ଏନଏସି ର 10 ନମ୍ବର ୱାର୍ଡ ମଧ୍ୟରେ ରହିଥିବା ବିଜେଡି କାର୍ଯ୍ୟାଳୟ ପଛପଟେ ସରକାରୀ ଜାଗା କୁ ପ୍ରଶାସନ ଚିହ୍ନଟ କରି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଏନଏସିରେ କାର୍ଯ୍ୟରତ ଜୀବନ ଦୀପ ଆଞ୍ଚଳିକ ମହାସଂଘ କୁ ଏହାର କାର୍ଯ୍ୟାଦେଶ ଦିଆଯାଇଥିଲା. ଏବେ ଘର ନିର୍ମାଣ ପାଇଁ ମହିଳା ମାନେ ପ୍ରସ୍ତୁତି ଆରମ୍ଭ କଲା ବେଳକୁ ମହାସଂଘ ର ସଦସ୍ୟା ମାନଙ୍କୁ ବିଜେଡି କାର୍ଯ୍ୟାଳୟକୁ ଡାକି ଏହାକୁ ଘୋର ବିରୋଧ କଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ . ଆଲୋଚନା ସ୍ଥଳରେ ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଦେଇଥିବା ନେଇ ମହାସଂଘ ଆଣିଲା ଅଭିଯୋଗ .

ଏତିକିରେ ପୂର୍ବତନ ବିଧାୟକଙ୍କ ରାଗ ଥମି ନ ଥିଲା ଯେ , ବାଙ୍କୀରେ କାହାର ସାହସ ଅଛି ମୋ କାର୍ଯ୍ୟାଳୟ ପଛ ପଟରେ ମିଶନ ଶକ୍ତି ଘର ବୋଲି ନିଜର ପ୍ରତିକ୍ରିୟା ରଖି ରାସ୍ତା ଉପରେ ଯାଇ ମିଟିଙ୍ଗ କର ବୋଲି କହି ନିଜ ଦଳୀୟ କାର୍ଯ୍ୟାଳୟରୁ ତଡ଼ି ଦେଇଥିବା ମହିଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଓ ମହାସଂଘ ର ସଭାପତି ଆଣିଲେ ଅଭିଯୋଗ . ଏଠି ମହିଳା ମାନେ ପ୍ରଶ୍ନ କରିଛନ୍ତି ଏ କଣ ନବୀନ ବାବୁଙ୍କ ମା କୁ ସମ୍ମାନ ଡାକରା , ଯାହା ତାଙ୍କ ଦଳର ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ନିଜ ଆଚରଣ ରେ ଦେଖାଇଛନ୍ତି .

