ପ୍ରଥମ ଓଡ଼ିଆ ଗାନ୍ଧିବାଦୀ ଗୋବିନ୍ଦ ମିଶ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ !!

Spread the love

!!! ପ୍ରଥମ ଓଡ଼ିଆ ଗାନ୍ଧିବାଦୀଙ୍କୁ ଭୁଲି ଯାଇଛନ୍ତି ସରକାର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡ଼ିଶାର ପ୍ରଥମ ଗାନ୍ଧିବାଦୀ ନେତା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାବନ୍ଧିକ ବିପ୍ଲବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ୧୩୪ ତମ ଜୟନ୍ତୀ ଉତ୍କଳ ବିଶ୍ୱ ବିଦ୍ୟାଳୟସ୍ଥିତ ମହାତ୍ମା ଗାନ୍ଧୀ ଅହିଂସା ସ୍ଥଳଠାରେ ପାଳିତ ହୋଇଯାଇଛି । ନ୍ୟାସନାଲ ହ୍ୟୁମାନ ୱେଲଫେୟାର ଆନୁକୂଲ୍ୟରେ ଯୁବ ସମାଜସେବୀ  ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଏହି ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିବା ବେଳେ ହ୍ୟୁମାନ ୱେଲଫେୟାର ବୋର୍ଡର ଅଧକ୍ଷ ଶାରଦା ମହାପାତ୍ର  ଏଥିରେ ଅଧ୍ୟକ୍ଷତା କରିଥିଲେ । ନୟାଗଡ ଜିଲ୍ଲା ଦଶପଲ୍ଲା ରେ ୧୮୮୮ ମସିହା ଡିସେମ୍ବର ମାସ ୩୧ ତାରିଖ ଦିନ ଜନ୍ମ ହୋଇଥିବା ବିପ୍ଲଵୀ ଗୋବିନ୍ଦଚନ୍ଦ୍ର ମିଶ୍ର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଡାକରାରେ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇ ୬ ଥର ବ୍ରିଟିଶ ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ୧୯୧୮ ମସିହାରେ ଜଣେ ପ୍ରଥମ ଓଡିଆ ଅନ୍ତେବାସୀ ଭାବେ ମହାତ୍ମା ଗାନ୍ଧିଙ୍କ ସାବରମତୀ  ଆଶ୍ରମରେ ସେ ଯୋଗ ଦେଇଥିଲେ । ଏହା ପରଠାରୁ ମହାତ୍ମା ଗାନ୍ଧିଙ୍କ ଜାତୀୟତା ଆନ୍ଦୋଳନରେ ନିଜର ପୂର୍ଣ୍ଣ ସମୟ ବିନିଯୋଗ କରି ସେ ଓଡିଶାରେ ଖଦି ଓ ଚରଖା ଆନ୍ଦୋଳନକୁ ବ୍ୟାପକ କରାଇଥିଲେ । କଟକରେ ଚମ୍ପାପୁରଠାରେ ତାଙ୍କ ଉଦ୍ୟମରେ ଗାନ୍ଧି ସେବାଶ୍ରମ ପ୍ରତିଷ୍ଠା ହୋଇଥିଲା ।

ଓଡ଼ିଶାର ପ୍ରଥମ ଗାନ୍ଧିବାଦୀ ନେତା ତଥା ମହାନ ପ୍ରାବନ୍ଧିକ ଭାବେ ଓଡିଶାର ବରପୁତ୍ର ଗୋବିନ୍ଦ ମିଶ୍ରଙ୍କର ଜାତୀୟ ସ୍ତରରେ ଅନେକ ସୁଖ୍ୟାତି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ମିଶ୍ର ଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟଜନକ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା । ଆଗାମୀ ଦିନରେ ଶ୍ରୀ ମିଶ୍ରଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ  ରାଜ୍ୟ ସରକାରଙ୍କ ପାଖେ ଦାବିକୁ ଜୋରଦାର କରାଯିବ ବୋଲି  ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଅତିଥି ଭାବେ ଯୋଗଦେଇ ମତ ରଖିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଗବେଷକ ଡ.ଗିରିଶ ରଂଜନ ସାହୁ, ନବକିଶୋର ପ୍ରଧାନ, ଜନମଙ୍ଗଳ ପରିଷଦ ସଭାପତି ଅଲେଖ ଚନ୍ଦ୍ର ଜେନା , ନିରଂଜନ ସାହୁ, ବ୍ରଜବିହାରି ରଣା , ବାଣୀବିହାର ଛାତ୍ରନେତା ଜ୍ୟୋତିରଂଜନ ସାହୁ , ସୁଧାଂଶୁ କୁମାର ସାହୁ  ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିବାଦୀ ଗୋବିନ୍ଦ ମିଶ୍ରଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *