ପ୍ରଭାତ ତ୍ରିପାଠୀ କ୍ଷମା ନମାଗିଲେ – ବାଙ୍କୀ ରାଜରାସ୍ତାରେ ନିଆଁ ଜଳିବ !!!

Spread the love

ଚେତାବନୀ ଦେଲା ମହିଳା ମହାସଂଘ : ବାଙ୍କୀ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ କୁମାର ତ୍ରିପାଠୀ ଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ . ନାରୀଶକ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଉତ୍ତେଜନା . ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନକଲେ ରାଜରାସ୍ତାରେ ନିଆଁ ଜଳିବ ବୋଲି ଚେତାବନୀ ଦେଲେନି ମହିଳା ମହାସଂଘ . ନ୍ୟାୟ ପାଇଁ ତାତିଲେ ଜୀବନ ଦୀପ ମହାସଂଘର ଶତାଧିକ ମହିଳା . ଆଜି ପହଁଚିଛନ୍ତି ବାଙ୍କୀ ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ କାର୍ଯ୍ୟାଳୟରେ . ଶ୍ରୀଯୁକ୍ତ ଜେନାଙ୍କୁ ଭେଟି ଦେଇଛନ୍ତି ନିଜର ଦାବିପତ୍ର . ଏବେ ମହିଳା ମହାସଂଘର ଗୋଟିଏ ଦାବି ଯେ , ପୂର୍ବତନ ବିଧାୟକ ସର୍ବସାଧାରଣରେ ଯେଉଁଭଳି ନାରୀ ଶକ୍ତିଙ୍କୁ ଅପମାନ ଦେଇଛନ୍ତି – କ୍ଷମା ମାଗନ୍ତୁ , ଯଦି କ୍ଷମା ନ ମାଗନ୍ତି ଆଗାମୀ ଦିନରେ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ ହେବ . ମହିଳା ମହାସଂଘର ଏପରି ରୋକଠୋକ ଚେତାବନୀ ପରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା .

ଅପରପଟେ ମହାସଙ୍ଘ ପକ୍ଷରୁ ଉପ-ଜିଲ୍ଲାପାଳ ଙ୍କୁ ଅଭିଯୋଗପତ୍ର ଦେବା ପରେ ସେଠାରୁ ମିଳିଥିବା ପ୍ରତିଶୃତି ନ୍ୟାୟ ପ୍ରଦାନକାରୀ ନୂହେଁ ବୋଲି ସଂଘ ଆଣିଲା ଅଭିଯୋଗ . ଏବେ ଯଦି ମହାସଂଘକୁ ନ୍ୟାୟ ନ ମିଳେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ . ସୂଚନା ଥାଉକି ଏନଏସି ର ଦଶ ନମ୍ବର ୱାର୍ଡ ମଧ୍ୟରେ ରହିଥିବା ବିଜେଡି କାର୍ଯ୍ୟାଳୟ ପଛପଟେ ସରକାରୀ ଜାଗା କୁ ପ୍ରଶାସନ ଚିହ୍ନଟ କରି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଏନଏସି ରେ କାର୍ଯ୍ୟରତ ଜୀବନ ଦୀପ ଆଞ୍ଚଳିକ ମହାସଂଘ କୁ ଏହାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ . ଘର ନିର୍ମାଣ ପାଇଁ ମହିଳା ମାନେ ପ୍ରସ୍ତୁତି ଆରମ୍ଭ କଲା ବେଳକୁ ମହାସଂଘ ର ସଦସ୍ୟ ମାନଙ୍କୁ ବିଜେଡି କାର୍ଯ୍ୟାଳୟକୁ ଡାକି ଏହାକୁ ଘୋର ବିରୋଧ କରିଥିଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ . ଆଉ ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଦେଇଥିବା ନେଇ ମହାସଂଘ ଆଣିଥିଲା ଅଭିଯୋଗ .

Leave a Reply

Your email address will not be published. Required fields are marked *